ଧର୍ମ

ଶ୍ରୀ ମନ୍ଦିରରୁ ଫେରିଲା ବେଳେ ଏହି ପାହାଚରେ ଜମା ପାଦ ଦେବେନି ନହେଲେ ସବୁ ପୁଣ୍ୟ ପାପରେ ପରିଣତ ହେବ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଆମେମାନେ ଜାଣିବା ଶ୍ରୀ ମନ୍ଦିରରେ ଥିବା ବାଇଶି ପାହାଚ ବିଷୟରେ କୁହାଯାଏ ବାଇଶି ପାହାଚ ନିର୍ମାଣରେ ବହୁତ କିମ୍ବଦନ୍ତୀ ରହିଛି। ଏହି ବାଇଶି ପାହାଚର ମହତ୍ମ ମଧ୍ୟ ଅନେକ ରହିଛି।
ତେବେ ବନ୍ଧୁଗଣ ସିଂହ ଦ୍ଵାରା ଆଡୁ ମନ୍ଦିରକୁ ଗଲେ ଦ୍ଵିତୀୟ ପାହାଚ ମଝିରେ ଏକ କଳା ରଙ୍ଗର ମୁଗୁନି ପଥର ପଡିଥିବାର ଦେଖିଥାନ୍ତି। ତେବେ ଦର୍ଶନ କଲା ପରେ କେବେ ବି ତାହାକୁ ଚଢ଼ି ଆସିବେ ନାହିଁ।
କାରଣ ଏହି ପଥରକୁ ଯମଶିଳା କୁହାଯାଏ। ଯମଦୁତ ମାନେ ଏଠାରେ ରୁହନ୍ତି ବୋଲି ମଧ୍ୟ କୁହାଯାଏ। ଏଠାରେ ପାଦ ଦେଲେ ପୂର୍ବରୁ ଥିବା ପାପ ସବୁ ଏଠାରେ ରହିଯାଏ ଓ ଯମଦଣ୍ଡ ମିଳେ ନାହି ବୋଲି କୁହାଯାଏ। କିନ୍ତୁ ଯଦି ଆପଣ ଦର୍ଶନ ସାରି ଏହି ଶିଳାରେ ପାଦ ଦେଇଦିଅନ୍ତି।
ତେବେ କାଳିଆ ସାଆନ୍ତକୁ ଦର୍ଶନ କରି ଯେଉଁ ଅର୍ଜନ କରିଥିବେ ତାହା ଯମଦୁତ ମାନେ ନେଇଯିବେ। ତେଣୁ କରି କେବେ ବି ଦର୍ଶନ ସାରି ଏହି ବାଟ ଦେଇ ଫେରିବେନାହିଁ।
ସେତେବେଳର ରାଜା ଭାନୁଦେବ ପ୍ରଭୁ ଜମ୍ବେଶ୍ୱରଙ୍କୁ ପ୍ରାର୍ଥନା କରି ପୁତ୍ର ସନ୍ତାନ ପ୍ରାପ୍ତି କରିଥିଲେ। କିନ୍ତୁ ତାଙ୍କ ପୁତ୍ର ଜନ୍ମ ହେବା ପରେ ଜ୍ୟୋତିଷ ମାନେ କହିଥିଲେ ଯେ ତାଙ୍କ ପୁଅ ୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିବ। ଏହାପରେ ଭାନୁଦେବ ପୁଣି ଥରେ ଜମ୍ବେଶ୍ୱରଙ୍କୁ ପ୍ରାର୍ଥନା କରି ସବୁ କଥା କହିଥିଲେ।
ଏହାପରେ ଜମ୍ବେଶ୍ୱର ରାଜା କହିଥିଲେ କି ଶ୍ରୀମନ୍ଦିରରେ ବାଇଶି ପାହାଚ ତିଆରି କରି ତାଙ୍କ ପୁଅକୁ ଗଡ଼ାଇ ଦେବା ପାଇଁ। ଯାହାଫଳରେ ରାଜା ଭାନୁଦେବ ପୁତ୍ରଙ୍କର ଆୟୁଷ ବଢିଯିବ।
ଏହାପରେ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରି ତାଙ୍କ ପୁତ୍ରଙ୍କୁ ସେହି ପାହାଚରେ ଗଡ଼ାବାପରେ ବଢିଥିଲା ତାଙ୍କ ପୁତ୍ରର ଆୟୁଷ।
ଆଉ ସେହି ଦିନ ଠାରୁ ପିତା ମାତା ମାନେ ନିଜ ସନ୍ତାନର ଭାଗ୍ୟ ଖରାପ ଥିଲେ ବାଇଶି ପାହାଚରେ ଗଡ଼ାଇ ପୁଣ୍ୟ ଅର୍ଜନ କରନ୍ତି। ମାନ୍ୟତା ଅନୁସାରେ ଏବେ ମଧ୍ୟ ପିତାମାତା ନିଜର ପିଲାମାନଙ୍କୁ ଏହି ବାଇଶି ପାହାଚରେ ଗଡାଇ ଦିଅନ୍ତି ଓ ରୋଗ ରୁ ମୁକ୍ତ ହୁଅନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button