ଧର୍ମ

ସତ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ କୈକେୟୀ ମା ଙ୍କ ପ୍ରକୃତ ସତ କଣ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିବାହିତ ପୂର୍ବରୁ ଯୈବନ ଅବସ୍ଥାରେ ରାଜକୁମାରୀ କୈକେୟୀ ଜଙ୍ଗଲ ଯାତ୍ରାରେ ୨୧ଦିନ ସଖିଙ୍କସହ ଆନନ୍ଦ ନେଉଥିଲେ। ଘୋର ଜଙ୍ଗଲରେ ମୁନୀରୁଷୀ ମଧ୍ୟ ବାସ କରୁଥିଲେ ମୁନିରୁଷୀମାନେ ନଦୀରେ ସ୍ନାନ ସାରି ଫେରିଦେଖନ୍ତି ଆଶ୍ରମ ପରିସର ପରିଷ୍କାର ପରିଚ୍ଛନ୍ନ ଓ ଫୁଲ ଫଳ ତୋଳାହୋଇ ଥୁଆହେଇଛି।
ପ୍ରତ୍ୟେକ ଦିନ ଏହିଭଳି ଦେଖି ମୁନିରୁଷୀମାନେ ଛପି ରହି ଜାଣିବାକୁ ଚେଷ୍ଟା କଲେ। ଏକାର୍ଯ ରାଜକୁମାରୀ କରୁଛନ୍ତି ଜାଣିପାରି ତାଙ୍କୁ କହିଲେ ମା ତମେ କଣ ଚାହୁଁଛ କୁହ ଆମେ ଆପଣଙ୍କର ସେବାରେ ସନ୍ତୁଷ୍ଟ ଅଛୁ।
ଯାହା ମାଗୁଛ ମାଗ ଆମେ ନିଶ୍ଚୟ ପୂରଣ କରିବୁ। ରାଜକୁମାରୀ କିଛି ନ କହିବାରୁ ମୁନିରୁଷୀମାନେ ତାଙ୍କୁ ସ୍ବଇଛାରେ ଏକ ବରପ୍ରଦାନ କଲେ କି ଏଜଗତରେ ଯେତେ ପ୍ରକାର ପକ୍ଷୀ ଅଛନ୍ତି ତମେ ତାଙ୍କ କଥା ବୁଝିପାରିବେ।
କାଳକ୍ରମେ ରାଜକୁମାରୀଙ୍କ ବିବାହ ରାଜା ଦଶରଥଙ୍କ ସହିତ ହେଲା। ପୁନଶ୍ଚ ରାଣୀ କୈକେୟୀ ଓ ରାଜାଦଶରଥ ସମ୍ବରାସୁରକୁ ବଦ୍ଧ କଲାପରେ ରାଜା ଦଶରଥ ରାଣୀଙ୍କ ଯୁଦ୍ଧର କୈଶଳ ଦେଖି ତାଙ୍କୁ ଦୁଇଟି ବରପ୍ରଦାନ କରିଥିଲେ।
ରାଣୀକହିଥିଲେ ଠିକ୍ ସମୟରେ ଦରକାର ପଡିଲେ ମାଗିନେବି। ଯେଉଁ ଦିନ ଯୁବରାଜ ଶ୍ରୀରାମଚନ୍ଦ୍ରଙ୍କ ରାଜାଭିଷେକ ହେବ ତା ପୂର୍ବଦିନ ଭୋର୍ ବ୍ରହ୍ମମୂହୁର୍ତରେ ମହାରାଣୀ କୈକେୟୀ ଅତିଶ୍ରଧ୍ୟାଭକ୍ତିରେ ବଗିଚାରେ ଫୁଲ ତୋଳୁଥିଲେ।
ସେହିସମୟରେ ଗୋଟିଏ ବଡ଼ ବୃକ୍ଷରେ ଦୁଇଟି ଶୁଆଶାରୀ କଥୋପକଥନ ହେଉଥିଲେ କାଲି ଅଯୋଧ୍ୟାର ରାଜଗାଦିରେ ଯିଏ ସିଂହାସନରେ ବସିବ ତାର ମୃତ୍ୟୁ ଯୋଗ ଅଛି।
ସେ ମାଆ ଯେହେତୁ ଆଉ କି ଧର୍ଯ୍ୟରହିବ ତାଙ୍କର। ନିଜ ପୁତ୍ରଭରତର ବରଂ ମୃତ୍ୟୁ ହେଉ ମୋ ନୟନ ପିତୁଳା ରାମଙ୍କୁ କଦାପି ବସେଇଦେବନି ଭାବି ପୂର୍ବରୁ ପାଇଥିବା ବରଦୁଇଟି ରାଜାଙ୍କୁ ମାଗି ବନବାସ ପଠେଇ ଥିଲେ।
ଯେତେ ସାମାଜିକ ନିନ୍ଦା ହେଉ ପଛେ ସବୁସହିବି। ତେଣୁ ଯେତେବେଳେ ପ୍ରଭୁ ବନବାସ ରୁ ଫେରିଲେ ପ୍ରଥମେ ମାକୈକେୟୀଙ୍କୁ ମୁଣ୍ଡିଆ ମାରିଥିଲେ ଓ ତିନି ଯୁଗରେ ତାଙ୍କର ଜନନୀରୂପେ ବରପାଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button