ଜୀବନଶୈଳୀ

ଗଣେଶ ଚତୁର୍ଥୀ ରେ ଘରେ ଭୁଲ ରେ ସୁଧା କରନ୍ତୁ ନାହିଁ ୪ଟି କାମ, ଗଣପତି ହେବେ ଅସନ୍ତୁଷ୍ଟ

ପ୍ରତ୍ୟେକ ବ୍ରତ ଓ ପର୍ବପର୍ବାଣୀର ପୂଜା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ, କାରଣ ତାଙ୍କୁ ସମସ୍ତ ଦେବାଦେବୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଦିଆଯାଇଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁ ମାନେ ନିୟମିତ ଭାବେ ଭଗବାନ ଗଣେଶଙ୍କୁ ପୂଜା କରନ୍ତି ସେମାନଙ୍କୁ ସମସ୍ତ ଦୁଃଖରୁ ମୁକ୍ତି ମିଳିଥାଏ । ଏହି କାରଣରୁ ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ଗଣପତି ବୋଲି କୁହାଯାଏ ।

ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ସହିତ ତାଙ୍କୁ ତାଙ୍କର ମନପସନ୍ଦର ଜିନିଷ ଅର୍ପଣ କରିବା ଶୁଭ ବୋଲି ହୋଇଥାଏ। ଗଣେଶ ଚତୁର୍ଥୀ ପର୍ବ ୧୦ ଦିନ ଧରି ପାଳନ କରାଯାଏ, ଯାହା ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହୁଏ । ତେବେ ଗଣେଶ ଚତୁର୍ଥୀରେ କେଉଁ ସବୁ କାର୍ଯ୍ଯ କରିବା କଥା ନୁହେଁ ଆସନ୍ତି ଜାଣିବା।

Ganesh Chaturthi

1.ପୂଜାଘର ସଫାକରିବା ପରେ ପ୍ରଭୁ ଗଣେଶଙ୍କୁ ପ୍ରଣାମ କରି ଧୂପ ଦେଇ ୨୧ ଦୂବ ଅର୍ପଣ କରି ବ୍ରତର ସଂକଳ୍ପ ନିଅନ୍ତୁ।

2.ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରଙ୍କ ଦର୍ଶନ କରିବା ବାରଣ କରାଯାଇଛି। ଯଦି ଆପଣ ଭୁଲ୍‌ରେ ଚନ୍ଦ୍ରଙ୍କ ଦର୍ଶନ କରି ଦେଇଛନ୍ତି, ତା’ହେଲେ ଭୂମିରୁ କିଛି ପଥର ଖଣ୍ଡ ଉଠାଇ ଏହାକୁ ପଛକୁ ଫିଙ୍ଗି ଦିଅନ୍ତୁ।

3.ଶ୍ରୀଗଣେଶଙ୍କ ପୂଜା ସମୟରେ ବ୍ଲ୍ୟୁ କିମ୍ବା କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହି ଦିନ ଲାଲ୍‌ କିମ୍ବା ହଳଦୀ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।

4.ଭଗବାନ ଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ ନାହିଁ।

5.ଏହିଦିନ କାହାକୁ ବି ମିଛ କୁହନ୍ତୁ ନାହିଁ କି କାହାର କ୍ଷତି ପହଞ୍ଚାନ୍ତୁ ନାହିଁ। ଏହାଦ୍ୱାରା ଧନ ହାନୀ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button