ଓଡିଶା

ଆସୁଛି ନୂଆବର୍ଷ, ପୁରୀରେ ଜମୁଛି ଭକ୍ତଙ୍କ ଭିଡ

ପୁରୀ : ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷ ୨୦୨୩ କୁ ସ୍ବାଗତ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ୍। ନବବର୍ଷକୁ ସେଲିବ୍ରେଟ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀରେ ପହଞ୍ଚିଗଲେଣି ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଭକ୍ତଙ୍କ ଲାଗିଛି ଲମ୍ବା ଲାଇନ୍। ଲାଇନରେ ଦୀର୍ଘ ସମୟ ଠିଆ ହେଲେ ମଧ୍ୟ କଷ୍ଟକୁ ଖାତିରି ନ କରି ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଭକ୍ତ।

ତେବେ ନବବର୍ଷ ୨୦୨୩ ନିଜ ପରିବାର ଓ ବିଶ୍ବବାସୀଙ୍କ ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ବର ଦେବତା। ତେଣୁ ତାଙ୍କରି ଶ୍ରୀଚରଣରେ ନିଜକୁ ସମର୍ପିତ କରି ନୂଆବର୍ଷରେ ଏକ ନୂଆ ଧାରାରେ ନିଜର କର୍ମମୟ ଜୀବନକୁ ଆଗେଇ ନେବାକୁ ଆଶା ରଖିଛନ୍ତି।

ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ରେ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏନେଇ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସମସ୍ତ ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ସରିଥିବା ହୋଟେଲିୟର‌ କହିଛନ୍ତି। ସେପଟେ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ମାର୍କେଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ, ଶ୍ରୀମନ୍ଦିର ନୀତି କାନ୍ତି ଉପରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ବଡଦାଣ୍ଡରେ ଏଲ୍ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button