ବ୍ୟବସାୟ

ଦରଦାମରେ ଲାଗୁନି ବ୍ରେକ୍‌ ; ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ,ବଢିଲାଣି ଖାଉଟିଙ୍କ ଚିନ୍ତା

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶକ ସାମଗ୍ରୀ । ଡାଲି ଚାଉଳ ଠାରୁ ଆରମ୍ଭ ପନି ପିରିବା ଏପରିକି ପେଟ୍ରୋଲ ଓ ଗ୍ୟାସ ସବୁଥିରେ ହେଉଛି ବୃଦ୍ଧି । ଫଳରେ ଚିନ୍ତାରେ ଖାଉଟି ।ତେବେ ଏହି ଦରବୃଦ୍ଧି ସାଧାରଣ ଲୋକଙ୍କୁ ଖୁବ ବାଧୁଛି । ସଧାସଳଖ ଲୋକଙ୍କ ପକେଟ୍ ରେ ବାଜୁଛି ଏହି ମହଙ୍ଗା ମାଡ । ତେବେ ଦରବୃଦ୍ଧିକୁ ନେଇ କେବଳ ଯେ ସାଧାରଣ ଜନତା ଚିନ୍ତାରେ ଅଚନ୍ତି ତାହା ନୁହେଁ । ବ୍ୟବସାୟୀ ମଧ୍ୟ ଏନେଇ ଅଶନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ବଜାରରେ ବର୍ତ୍ତମାନ ଆଳୁର ଦାମ୍ ୩୫ ଟଙ୍କା ରହିଥିବା ବେଳେ ପିଜାର ଦାମ୍ ମଧ୍ୟ ୪୫ ଟଙ୍କା ରହିଛି । ତେବେ ପନିପରିବା କଥା ନ କହିବା ଭଲ । ବଜାରରେ ଟମାଟୋ ଠାରୁ ଆରମ୍ଭ କରି ବାଇଗଣ ପୋଟଳ କାକୁଡି ଭେଣ୍ଡି ଆଦି ସବୁ ପରିବା ଆକାଶ ଛୁଆଁ ରହିଛି । ଫଳରେ ଏବେ ବଜାର ଗଲେ ପୁରୁନି ବ୍ୟାଗ୍ । କଣ କିଣିବେ କମ ଖାଇବେ ତାକୁ ନେଇ ଚିନ୍ତାରେ ଖାଉଟି । ଏପରି କି ପରିବା ଦାମ ଶୁଣି ଚକମି ପଡୁଛନ୍ତି ସାଧାରଣ ଜନତା । ଖାସ କରି ଏହି ଦରଦାମ୍ ବୃଦ୍ଧିରେ ପେଶି ହୋଇଯାଉଛନ୍ତି ଗରିବ ଏବଂ ମଧ୍ୟବିତ୍ତ ପରିବାର । ତେବେ ବଜାରରେ ପରିବାର ଦର ବୃଦ୍ଧି ପାଉଥିବା ବେଳେ ଆଳୁ ପିଆଜରେ କାମ ଚଳାଉଥିଲେ ଅନେକ ପରିବାର । ବର୍ତ୍ତମାନ ତାହା ବି ସମ୍ଭବ ହେଉ ନାହିଁ । ତେବେ କେବଳ ଯେ ପନିପରିବା ଏବଂ ଡାଲି ଚାଉଳ ଦର ବଢିଛି ତାହା ନୁହେଁ । ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ଗ୍ୟାସ ଦର ସବୁଥିରେ ଉଚ୍ଚା ରହିଛି ଦର । ଯାହାକି ଖାଉଟିଙ୍କୁ ଦେଉଛି ଝଟକା ପରେ ଝଟକା । ତେଣୁ ଏହି ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ଦିଗରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ଅନ୍ୟପକ୍ଷେ ଏହି ଦରଦାମ୍ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧି ଦଳ ବିଜେଡି । ସେ ଏକ ପ୍ରେସମିଟ୍ କରି ବିଜେପିକୁ କଡା ସମମାଲୋଚନା କରିବା ସହ ଯଦି ସରକାର ଦରଦାମ ନିୟନ୍ତ୍ର ନ କରନ୍ତି ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏଥିସହିତ ଦରଦାମ ନିୟନ୍ତ୍ରଣରେ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛି ବିଜେଡି । ରାଜ୍ୟରେ ଅତିଷ୍ଠ ହେଲାଣି ଦରବୃଦ୍ଧି । ଭାଙ୍ଗିପଡିଲାଣି ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅଣ୍ଟା କିନ୍ତୁ ଏହି ଦରଦାମ ନିୟନ୍ତ୍ରରେ ଲାଗି ପାରୁନି ବ୍ରେକ୍ । ତେବେ ଅସାଧୁ ବ୍ୟବସାୟୀ ଏବଂ କଳାବଜାରୀ କାରଣରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି । ତେବେ ଏହି ସବୁ କ୍ଷେତ୍ରରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ମଧ୍ୟ ସାଧାରଣରେ ଦାବି ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ମହଙ୍ଗା ଯୁଗରୁ କେବେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button