କ୍ରୀଡା
ଭାରତରେ ଖେଳିବେ ନେମାର! – Utkal Mail
ମୁମ୍ବାଇ: ବ୍ରାଜିଲୀୟ ସୁପର ଷ୍ଟାର ନେମାର ଭାରତ ମାଟିରେ ଖେଳିବାର ସମ୍ଭାବନା ରହିଛି। ଆସନ୍ତା ମାସ ୧୮ରୁ ଆରମ୍ଭ ହେବାକୁଥିବା ଏସୀୟ ଚାମ୍ପିଅନ୍ସ ଲିଗ୍ ଲାଗି ଗୁରୁବାର ଡ୍ର’ ଅନୁଷ୍ଠିତ ହୋଇଛି। ଏହି ଡ୍ର’ରେ ନେମାରଙ୍କ ନୂଆ ଦଳ ୟୁଏଇର ଅଲ୍ ହିଲାଲ ସହ ଭାରତୀୟ କ୍ଲବ୍ ମୁମ୍ବାଇ ସିଟି ଗ୍ରୁପ୍-ଡି’ରେ ରହିଛନ୍ତି। ଏହି ଗ୍ରୁପ୍ରେ ଅନ୍ୟ ଦୁଇ ଦଳ ଇରାନର ଏଫ୍ସି ନାସାଜି ମାଜାନ୍ଦାରନ ଓ ଉଜବେକିସ୍ତାନର ନବବାହର ରହିଛନ୍ତି। ତେଣୁ ମୁମ୍ବାଇ ସିଟି ବିପକ୍ଷ ମ୍ୟାଚ୍ ଖେଳିବାକୁ ନେମାର ଆସିପାରନ୍ତି। ଏହି ମ୍ୟାଚ୍ ପୁଣେର ବାଲେୱାଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯିବାର ସମ୍ଭାବନା ରହିଛି। ପୂର୍ବରୁ ତାରକା ଫୁଟ୍ବଲର୍ଙ୍କ ମଧ୍ୟରେ ପେଲେ (୧୯୭୭) ଓ ଲେଓନେଲ ମେସି (୨୦୧୧) ଭାରତରେ ଖେଳିଛନ୍ତି। ଏମାନେ ପ୍ରଦର୍ଶନୀ ମ୍ୟାଚ୍ ହିଁ ଖେଳିଥିଲେ। ତେବେ ନେମାର ପ୍ରଥମ ତାରକା ଖେଳାଳିଭାବେ ଭାରତରେ ପ୍ରତିନ୍ଦ୍ବନ୍ଦ୍ବିତାମୂଳକ ମ୍ୟାଚ୍ ଖେଳିବେ।