ସ୍ୱାସ୍ଥ୍ୟ

ଡାଇବେଟିସ ଥିଲେ ଜାଣନ୍ତୁ କଣ ଖାଇବେ କଣ ଖାଇବେନି ! ନହେଲେ ଭୋଗିବେ ଭୟଙ୍କର ପରିଣାମ

ଆଜିକାଲି ପ୍ରାୟତଃ ସମସ୍ତେ କୌଣସି ନା କୌଣସି ରୋଗରେ ପୀଡିତ ଅଛନ୍ତି । କିନ୍ତୁ ଯେଉଁମାନେ ବହୁତ ଦିନ ହେବ କୌଣସି ରୋଗରେ ପୀଡିତ ଅଛନ୍ତି ଯେମିତି ଡାଏବେଟିସ, ଉଚ୍ଚ ରକ୍ତଚାପ, ହୃଦୟ ସମ୍ବନ୍ଧିତ ରୋଗ, କିଡନୀ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ଅଛନ୍ତି କଣ ଖାଇବା କଥା ଓ କେଉଁ ଖାଦ୍ୟ ଖାଇବା ଉଚିତ ହୋଇନଥାଏ। ଏହି ଖାଦ୍ୟ ଖାଇବା ଦ୍ଵାରା ଡାଇବେଟିସ ବଢିଯାଏ ଏବଂ ଏହା ବ୍ଯକ୍ତିର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ବେଳେ ବେଳେ କିଛି ଡାଏବେଟିସ ରୋଗୀ ଅବହେଳା କରି ସବୁକିଛି ଖାଇ ଦିଅନ୍ତି । ଡାକ୍ତର ଦେଇଥିବା ମେଡିସିନକୁ ବି ସେମାନେ ବନ୍ଦ କରି ଦିଅନ୍ତି । ବେଳେ ବେଳେ ଯେଉଁ ଛୋଟ ପିଲାମାନଙ୍କୁ ଡାଏବେଟିସ ହୋଇଥାଏ ତାଙ୍କର ମାତା ପିତା ବେଳେ ବେଳେ ତାଙ୍କର ଇନସୁଲିନ ବନ୍ଦ କରି ଦିଅନ୍ତି ।

କେବେ ବି ଚିନ୍ତା କରିବେ ନାହିଁ କି ମୋର ଡାଏବେଟିସ କଣ୍ଟ୍ରୋଲରେ ଆସିଗଲା ବୋଲି ମୁଁ ଡାଏବେଟିସ ଔଷଧ ବନ୍ଦ କରି ଦେବି । ଯାହା ପାଇବେ ତାହା ଖାଇ ଦେବେ । ଏହି ସବୁକୁ ଏହି ସମୟରେ ବନ୍ଦ କରନ୍ତୁ । ଆମର ଶରୀରରେ ଅନ୍ୟ କେତେକ ରୋଗ ବି ଯଦି ଅଛି ତେବେ ଆମର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଏ ତେବେ ସେହି କ୍ଷେତ୍ରରେ ଭିନ୍ନ ଭିନ୍ନ ରୋଗ ମଧ୍ୟ ଆମର ଶରୀରକୁ ଶିକାର କରିଥାଏ ।

ସବୁବେଳେ  ଡାଏବେଟିସ ରୋଗୀମାନେ ବହୁତ ଅଧିକ ସତର୍କ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନି ଚାଳନ୍ତୁ । ସବୁଦିନ ଔଷଧ ସେବନ କରନ୍ତୁ । ଡାଏବେଟିସ କମ ହୋଇଗଲେ ବି ଔଷଧ ବନ୍ଦ କରନ୍ତୁ ନାହିଁ । କାରଣ ଏହା ସବୁଠୁ ବଡ ଭୁଲ ଅଟେ । ଡାଏବେଟିସ ରୋଗୀ ବିଶେଷ କରି କୋଭିଡ ସମୟରେ ୬ ଥର ଖାଆନ୍ତୁ । ସବୁଦିନ ସୁଗାର ଲେବୁଲ ଚେକ କରନ୍ତୁ । ସୁଜି, ମଇଦା, ବେସନ ଓ ଚୂଡା ଏହି ସବୁ କମ ପରିମାଣରେ ଖାଆନ୍ତୁ । ଭାତ କମ ପରିମାଣରେ ଖାଆନ୍ତୁ ଓ ଭାତ ଏବଂ ରୁଟି କେବେ ବି କମ ପରିମାଣରେ ଖାଇବେ ନାହିଁ ।

ମେଥି, ଓଡ୍ସ, ଡାଲିଆ, ମାଣ୍ଡିଆ ଏହି ସବୁ ଜିନିଷ ଯେତେ ଖାଇ ପାରିବେ । ପନିପରିବା, ଫଳମୂଳ ଓ ଡାଲି ଜାତୀୟ ଖାଦ୍ୟ ଅତ୍ୟଧିକ ସେବନ କରନ୍ତୁ । ତେଲ ଦ୍ଵାରା ତିଆରି ଖାଦ୍ୟ, ପ୍ୟାକେଟ ଫୁଡ ଇତ୍ୟାଦି ଜିନିଷ ଠାରୁ ନିଜକୁ ଦୂରେଇ ରୁହନ୍ତୁ । ଭାତକୁ କମ କରି ଅଧିକ ରୁଟି ଖାଆନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନ ଇନସୁଲିନ ନିଅନ୍ତୁ । ଡାଏବେଟିସ ରୋଗୀଙ୍କୁ ସବୁବେଳେ କମ ପରିମାଣରେ ଓ ଅଧିକ ଥର ଖାଦ୍ୟ ଖାଇବାକୁ ଦିଅନ୍ତୁ । ତେବେ ଏହି ପୋଷ୍ଟ ଟି ଅନ୍ୟମାନଙ୍କ ସହ ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button