ଓଡିଶା

ଚାଷୀଙ୍କ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି, ସାମ୍ନାକୁ ଆସିଲା ସାଙ୍ଘାତିକ ରିପୋର୍ଟ

Farmer Suicide: ଚାଷୀ ମୃତ୍ୟୁକୁ ନେଇ ଏନସିଆରବି ରିପୋର୍ଟ ସାମ୍ନାକୁ ଆସିଛି। ଚାଷୀଙ୍କ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି। ଯାହା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି।

୨୦୨୧ ମସିହାରେ ୧୦୮୮୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଏହା ବଢି ୨୦୨୨ରେ ୧୧୨୯୦ରେ ପହଞ୍ଚିଥିଲା। ସେହିପରି ମହାରାଷ୍ଟ୍ରରୁ କୃଷକ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି।

ଯାହା ଅତ୍ୟନ୍ତ ଚିନ୍ତାଜନକ। ଚଳିତ ବର୍ଷର ପ୍ରଥମ ଛଅ ମାସରେ ରାଜ୍ୟରେ ୧୨୬୭ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି। ଏଥି ମଧ୍ୟରୁ ଅମରାବତୀ ଅଞ୍ଚଳରେ କେବଳ ୫୫୭ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ଏକ ରିପୋର୍ଟରେ ଦିଆଯାଇଥିବା ଜାନୁୟାରୀରୁ ଜୁନ୍ ମଧ୍ୟରେ ହୋଇଥିବା ତଥ୍ୟ ଅନୁଯାୟୀ, ଛତ୍ରପତି ସମ୍ଭାଜୀ ନଗର ଅଞ୍ଚଳରେ ୪୩୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି ନାସିକରେ ୧୩୭ ଜଣ, ନାଗପୁର ଅଞ୍ଚଳରେ ୧୩୦ ଜଣ ଓ ପୁଣେ ଅଞ୍ଚଳରେ ୧୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୨ରେ ଦେଶରେ ଚାଷୀଙ୍କ ଆତ୍ମହତ୍ୟା ୩୭.୬ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ରହିଥିଲା। ଯାହା ସମଗ୍ର ଦେଶରେ ରହିଥିଲା।

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୨ରେ ୧୧୨୯୦ ଜଣ ଚାଷୀଙ୍କ ଆତ୍ମହତ୍ୟାର ଖବର ସାମ୍ନାକୁ ଆସିଥିା। ଏହା ମଧ୍ୟରେ ୫୨୦୭ ଚାଷୀ ଓ ୬୦୮୩ କ୍ଷୁଦ୍ର ଚାଷୀ ରହିଥିଲେ। ଏହି ଆତ୍ମହତ୍ୟା ଦେଶର ମୋଟ ମାମଲାର ୬.୬ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button