ବିଚାର

ଆରମ୍ଭ ହେଲା ଶ୍ରାବଣ ମାସ, ଭୁଲରେ ବି ଏହି ମାସରେ ଏମିତି କରନ୍ତୁ ନାହିଁ, କ୍ରୋଧିତ ହେବେ ମହାଦେବ

ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ଶାସ୍ତ୍ରରେ ଉଲେଖ କରାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସରେ ବହୁତ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ମାସ ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଶେଷ ମହତ୍ତ୍ୱ ଅଟେ।

ଏହି ମାସରେ ବିଭିନ୍ନ ଦାନ ଏବଂ ଧର୍ମ କର୍ମ ଭଳି ଶୁଭ କାର୍ଯ୍ୟ କରା ଯାଇଥାଏ। ଏହି ମାସରେ ଭଗବାନ ଶିବଙ୍କ ଉପାସନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନିଜର ମନସ୍କାମନା ପୂରଣ କରିବା ପାଇଁ ଏହି ମାସ ସୋମବାରରେ ବ୍ରତ ରଖିବା ସହିତ କାଉଡ଼ି ଯାତ୍ରା ମଧ୍ୟ କରା ଯାଇଥାଏ।

ଏମିତି କିଛି କାର୍ଯ୍ୟ ଅଛି ଯାହା ପବିତ୍ର ଶ୍ରାବଣ ମାସରେ କରିବା ଅନୁଚିତ ହୋଇଥାଏ। କାରଣ ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅସୁବିଧାର ସମୁଖୀନ ହେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ ପାଞ୍ଚୋଟି କାର୍ଯ୍ୟ କରିବା ଅନୁଚିତ ହୋଇଥାଏ।

1- ଶ୍ରାବଣ ବ୍ରତ ହେଉ ବା ଅନ୍ୟ କୌଣସି ବ୍ରତ କାହା ଠାରୁ ଉଧାର କରି ଫଳ ଖାଇବା ଉଚିତ ନୁହେଁ । ଏହାଦ୍ବାରା ବ୍ରତ ଅଧା ରହିଯାଏ । ଏହି ସମୟରେ କରଜ ନେବେ ନାହିଁ, ମିଛ କହିବେ ନାହିଁ, ଉଧାର ମାଗିକି ଖାଇବା ଉଚିତ ନୁହେଁ ।

2- ସୋମବାର ବ୍ରତ ହେଉ ବା ଅନ୍ୟ କୌଣସି ବ୍ରତ ନାସ୍ପାତି କେବେ ବି ଖାଇବା ଉଚିତ ନୁହେଁ । ଏହା ନାଶର କାରଣ ହୋଇଥାଏ । ବ୍ରତ ଆଦିକୁ ଛାଡି ଅନ୍ୟ କେଉଁ ଦିନ ଖାଇପାରିବେ ।

3- ଶ୍ରାବଣ ବ୍ରତରେ ବହୁତ ଆଗରୁ ଥିବା ଅଟା ଆକୁ ଖାଇଲେ ବ୍ରତ ଭାଙ୍ଗି ଯାଇଥାଏ । ଏହି ଅଟା ଖାଇଲେ ମାଂସର ସେବନ କରିବା ସମାନ ହୋଇଥାଏ । ଏହାଦ୍ଵାରା ଘୋର ପାପ ଲାଗିଥାଏ ।

4- ତୁଳସୀ ଓ ମହାଦେବଙ୍କୁ ଏକା ସହ ରଖାଯାଏ ନାହିଁ । ଏହାଦ୍ବାରା ଘରେ ସମସ୍ଯା ଆସିବାକୁ ଲାଗିଥାଏ । ତେଣୁ ଶିବଲିଙ୍ଗରେ କେବେ ବି ତୁଳସୀ ଚଢାଇବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button