ଦେଶ ବିଦେଶ

ଲୁଚିଛପି ବିଧବା ମହିଳାଙ୍କ ସହ କରୁଥିଲେ ପ୍ରେମ, ସମସ୍ତେ ଜାଣିଲା ପରେ ଏମିତି କରାଇଲେ ବାହାଘର

ଆଜିର ଯୁଗ ହେଉଛି କଳିଯୁଗ । ଏହି ଯୁଗ ରେ ବେଳେ ବେଳେ ଏମିତି ଘଟଣା ଘଟୁଛି ଯାହା ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରୁଛି । ଆଜିର ସମୟ ରେ ମଣିଷ ର ମଣିଷ ପ୍ରତି ଦୟା ,କ୍ଷମା ,ଭଲ ପାଇବା, ବିଶ୍ୱାସ ରହୁନାହିଁ । କେତେବେଳେ କିଏ କାହାକୁ ହତ୍ୟା କରିଦେଉଛି ତ ,କେତେବେଳେ ଲୂଟ ଡକାୟତି କରାଯାଉଛି । ତେବେ ସବୁ ଭିତରେ ବି କିଛି ଭଲ ମଣିଷ ବି ରହିଛନ୍ତି । ଯେଉଁମାନେ ଅନ୍ୟ ମାନଙ୍କୁ ନିସ୍ୱାର୍ଥପର ଭାବରେ ଭଲ ପାଇବା ଦେବା ସହ ଅନ୍ୟ କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ତେବେ ଆପଣ ମାନେ ବିଭିନ୍ନ ବିବାହ ସମ୍ପର୍କରେ ଜାଣିଥିବେ । ତ୍ରିକୋଣୀୟ ପ୍ରେମ ବିଷୟରେ ବି ଜାଣିଥିବେ ।

ଆପଣ ମାନେ ଜାଣିଥିବେ ବିବାହ ସମସ୍ତେ କରିଥାନ୍ତି । ତେବେ ଆପଣ ମାନେ ଦେଖିଥିବେ କିଛି ଜଣ ବିବାହ କରିଥିଲେ ମଧ୍ୟ ମହିଳା ଙ୍କ ସ୍ୱାମୀ ଙ୍କ ଅକାଳ ବିୟୋଗ ହୋଇଥାଏ ମହିଳା ଜଣଙ୍କ ବିଧବା ହୋଇଯାଇଥାନ୍ତି । କିଛି ଜଣ ପୁଣି ବିବାହ କରିଥାନ୍ତି ତ କିଛି ଜଣ କରିନଥାନ୍ତି ।ତେବେ ଆମ ଦେଶ ର ଏକ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣ ଆଗରୁ ଶୁଣି ନଥିବେ । ଜଣେ ମହିଳା ତିନି ବର୍ଷ ପୂର୍ବେ ବିବାହ କରିଥିଲେ । ହେଲେ ବିବାହ ର କିଛି ମାସ ପରେ ତାଙ୍କ ସ୍ୱାମୀ ଙ୍କ ଦେହାନ୍ତ ହେଇଗଲା । ପରେ ମହିଳା ଜଣଙ୍କ ଅନ୍ୟ ଏକ ବ୍ୟକ୍ତି ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଲା । ହେଲେ ଏହି ସମ୍ପର୍କ ବିଷୟରେ କେହି ଜାଣି ନଥିଲେ ।

ହେଲେ ଦୁହେଁ ଏକାଠି କଥା ହେଉଥିବା ସମୟରେ ସେହି ଗାଁ ର କିଛି ଲୋକ ଦେଖି ଥିଲେ ଏବଂ ଧୀରେ ଧୀରେ ସମସ୍ତେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିପାରି ଗାଁ ମଝିରେ ଉଭୟ ଙ୍କୁ ଅଟକ ରଖିଲେ । ଏବଂ ଦୁହିଁଙ୍କୁ ଜୋର ଜବରଦସ୍ତ କରି ସେହି ସ୍ଥାନ ରେ ଯୁବକ ଙ୍କୁ ମହିଳା ଙ୍କ ମଥା ରେ ସିନ୍ଦୁର ପିନ୍ଧେଇବାକୁ କହିଲେ । ଏବଂ ବିବାହ କରିଦେଲେ । ତେବେ ଏହା ଉଭୟ ଙ୍କ ବ୍ୟକ୍ତିଗତ ବିଷୟ ହୋଇଥିଲା ବେଳେ ଗାଁ ଲୋକଙ୍କ ଏହି ପରି ବ୍ୟବହାର କେତେ ଦୂର ଠିକ କି ଭୁଲ ଆପଣ ମାନେ ବିଚାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button