ଦେଶ ବିଦେଶ

BSNLର ଦମଦାର ଅଫର୍; ଶସ୍ତାରେ ଆଣିଲା ରିଚାର୍ଜ ପ୍ଲାନ୍, ଫ୍ରିଂ କଲିଂ ସହ ମିଳିବ ଏହି ସୁବିଧା

BNSL Recharge Plan: ନିକଟରେ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ନିଜ ରିଚାର୍ଜ ପ୍ଲାନ ଦାମୀ କରିସାରିଛନ୍ତି, ମୋବାଇଲ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି । ସମଗ୍ର ଦେଶରେ କୋଟି କୋଟି ୟୁଜର୍ସ ଶସ୍ତା ଏବଂ ସୁଲଭ ପ୍ଲାନ ଖୋଜୁଛନ୍ତି।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ୟୁଜର୍ସଙ୍କୁ ବହୁତ ଆରାମ ଦେଇଛି । BSNL କ୍ରମାଗତ ଭାବରେ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ପ୍ରଦାନ କରୁଛି ।

ଆଜି ଆମେ ଆପଣଙ୍କୁ ୨୮ ଦିନ ୩୦ ଦିନର ଭାଲିଡିଟି ସହିତ BSNLର ଦୁଇଟି ଦମଦାର ପ୍ଲାନ ବିଷୟରେ ସୂଚନା ଦେବାକୁ ଯାଉଛୁ ।

BSNL ର ବିଭିନ୍ନ ଭାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ ଅଛି । ଆପଣ ନିଜ ଆବଶ୍ୟକତା ଏବଂ ବଜେଟ୍ ଅନୁଯାୟୀ ଯେକୌଣସି ପ୍ଲାନ ବାଛିପାରିବେ । ୨୮ ଦିନରୁ ଆରମ୍ଭ କରି ୩୯୫ ଦିନ ପର୍ଯ୍ୟନ୍ତ BSNLର ରିଚାର୍ଜ ପ୍ଲାନ ରହିଛି ।

BSNL ଏହାର ପୋର୍ଟଫୋଲିଓକୁ ଅପଗ୍ରେଡ୍ କରିଛି, ଯାହା ପରେ କମ୍ପାନୀ ଅନେକ ଶସ୍ତା ପ୍ଲାନରେ ଗ୍ରାହକଙ୍କୁ ଜବରଦସ୍ତ ଅଫର୍ ଦେଉଛି ।

BSNLର ୨୮ ଦିନିଆ ପ୍ଲାନ…

BSNL ଏହାର ତାଲିକାରେ ଏକ ୧୦୮ ଟଙ୍କା ପ୍ଲାନ ଯୋଡିଛି । କମ୍ପାନୀର ଏହି ଶସ୍ତା ରିଚାର୍ଜ ୟୁଜର୍ସଙ୍କ ଅନେକ ଟେନସନ ଶେଷ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ BSNL ଅନଲିମିଟେଡ଼ କଲିଂ ପ୍ରଦାନ କରୁଛି ।

ଯଦି ଆମେ ଡାଟା ବିଷୟରେ କଥାବାର୍ତ୍ତା କରୁ, ତେବେ ୟୁଜର୍ସମାନେ ୨୮ ଦିନ ପାଇଁ ପ୍ରତିଦିନ ୧GB ଇଣ୍ଟରନେଟ୍ ପାଇପାରିବେ । ପ୍ରତିଦିନ ଡାଟା ଲିମିଟ ଶେଷ ହେବା ପରେ, ଆପଣ ୪୦kbps ସ୍ପିଡ଼ରେ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । ଏହା ଏକ FRC ପ୍ଲାନ । ଏହି ପ୍ଲାନ କେବଳ ଏକ ନୂଆ ନମ୍ବର ସହିତ ଆକ୍ଟିଭ ହୋଇପାରିବ ।

BSNLର ୩୦ ଦିନିଆ ପ୍ଲାନ…

୩୦ ଦିନର ଭାଲିଡିଟି ସହିତ ଶସ୍ତା ରିଚାର୍ଜ ପ୍ଲାନ BSNL ତାଲିକାରେ ଉପଲବ୍ଧ । ୩୦ ଦିନର ଭାଲିଡିଟି ପାଇଁ ଆପଣଙ୍କୁ ୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ଆପଣ ୩୦ ଦିନ ପାଇଁ ଅନଲିମିଟେଡ଼ ଫ୍ରି କଲିଂର ସୁବିଧା ପାଇପାରିବେ ।

BSNLର ଏହି ପ୍ଲାନ ବିଷୟରେ ସବୁଠାରୁ ବଡ ବିଶେଷ କଥା ହେଉଛି ଏଥିରେ ଆପଣ କମ୍ ମୂଲ୍ୟରେ ମଧ୍ୟ ୩୦ ଦିନରେ ୬୦GB ଡାଟା ପାଇପାରିବେ । ଆପଣ ପ୍ରତିଦିନ ୨GB ଡାଟା ବ୍ୟବହାର କରିବାକୁ ପାଇବେ । କମ୍ପାନୀ ପ୍ରତିଦିନ ଗ୍ରାହକଙ୍କୁ ୧୦୦ଟି SMS ମଧ୍ୟ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button