ଦେଶ ବିଦେଶ

ନେପାଳ କାଠମାଣ୍ଡୁରେ ବିମାନ ଦୁର୍ଘଟଣା : ଟେକ୍‌ ଅଫ୍‌ ବେଳେ ଲାଗିଲା ନିଆଁ

ସନଷ୍ଟାର ଟିଭି ବ୍ୟୁରୋ : ନେପାଳ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ଟେକ୍ ଅଫ୍ ବେଳେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୧୯ ଜଣ ଯାତ୍ରୀ ଥିଲେ । ତେବେ ଏନେଇ କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନି । ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା ।
ସୂଚନାଥାଉକି, ବିମାନଟି ସୌର୍ଯ୍ୟା ଏୟାରଲାଇନ୍ସର ଥିଲା । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ବିମାନଟି ଟେକ୍ ଅଫ୍ ସମୟରେ ରନୱେରୁ ଖସି ଯାଇ ଦୁର୍ଘଟଣା ଘଟାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି ।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଯଥାଶୀଘ୍ର ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ବିମାନରେ ଥିବା ଯାତ୍ରୀଙ୍କ ବିଷୟରେ ସୂଚନା ମିଳିପାରିବ। ଏହି ବିମାନ ଦୁର୍ଘଟଣାର କିଛି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଏ ଯେ ବିମାନ କିପରି ନିଆଁ ପେଣ୍ଡୁଳଆରେ ପରିଣତ ହୋଇଯାଉଛି। ଦୁର୍ଘଟଣା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ଯୋଗ୍ୟ ଯେ, ଏଯାବତ ଉଦ୍ଧାରକାରୀ ଦଳ ପାଇଲଟଙ୍କୁ ଉଦ୍ଧାର କରିଛନ୍ତି । ଆହତ ହୋଇଥିବାରୁ ନିକଟସ୍ଥ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button