ରାଜନୀତି

ମୁଖ୍ୟମନ୍ତ୍ରୀ ମମତାଙ୍କ ସଭାରେ ବଡ ଅଘଟଣ ଭୁଶୁଡିଲା ଗେଟ

କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରେ ଅସ୍ଥାୟୀ ଗେଟ ଭୁଶୁଡି ପଡିଯାଇଛି | ଯାହାଫଳରେ ୨ ଜଣ ଆହତ ହୋଇଛନ୍ତି | ଧାନଧାନ୍ୟ ଅଡ଼ିଟରିୟମରେ ସୂଚନା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ |

ସୂଚନା ଅନୁଯାୟୀ, ଧାନଧାନ୍ୟ ଅଡ଼ିଟରିୟମରେ ଅଭିନେତା ଉତ୍ତମ କୁମାରଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିବାର ଅଧ ଘଣ୍ଟା ପୂର୍ବରୁ ରାସ୍ତାରେ ଅସ୍ଥାୟୀ ଗେଟ ଭୁଶୁଡି ପଡିଥିଲା | ଏଥିରେ ୨ ଜଣ ଆହତ ହୋଇଥିଲେ | ତାଙ୍କୁ କୋଲକାତାର ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ତେବେ ସୁସହଯୋଗ୍ୟ, ଗେଟ ଭୁଶୁଡି ଥିବା ଏହି ଅଡ଼ିଟରିୟମକୁ ଏପ୍ରିଲ ୧୩, ୨0୨୩ ରେ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କିମ୍ବଦନ୍ତୀ ଅଭିନେତା ଉତ୍କଳ କୁମାରଙ୍କ ୪୪ତମ ବାର୍ଷିକ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Related Articles

Leave a Reply

Your email address will not be published. Required fields are marked *

Back to top button