ଦେଶ ବିଦେଶ

ସଫଳତା ପାଇବାକୁ ଚାହୁଁଥିଲେ, 4 ଟି ସିକ୍ରେଟ କଥା ଜାଣନ୍ତୁ। ଜୀବନରେ କେବେବି ହାରର ସାମ୍ନା କରିବାକୁ ପଡିବ ନାହିଁ – Success rules

ବନ୍ଧୁଗଣ ମଣିଷକୁ ଏହି ଦୁନିଆରେ ବଞ୍ଚିବା ପାଇଁ ହେଲେ ନିଜର ଏକ ଲକ୍ଷ୍ୟ ସ୍ଥିର କରିବାକୁ ପଡିବ । କାରଣ ଆମେ ଲକ୍ଷ୍ୟବିହୀନ ଜୀବନଯାପନ କରୁ । ତେବେ ଜୀବନକୁ କାଟିବା ପାଇଁ ଉତ୍ସାହ ରହେ ନାହିଁ । ମଣିଷ ଖାଲି ଖାଇବା ପିଇବା ପ୍ରତି ଧାନ ହେଇଥାଏ ନିଜର ଜୀବନ ଅର୍ଥ କୁ ବୁଝି ନଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନର ଗୁରୁତ୍ଵପୂର୍ଣ୍ଣ ଅର୍ଥକୁ ବୁଝିବାକୁ ଚାହୁଁଥିବ । ସେ ଆମ ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଅବଦୁଲ କାଲାମ କହିଥିବା ଏହି 4 ଟି କଥାକୁ ନିହାତି ଜାଣିବା ଦରକାର । ସେ କହିଥିବା ମହତ୍ଵପୂର୍ଣ୍ଣ କଥାକୁ ମନେ ରଖି ଜୀବନରେ ପାଳନ କରିବା ଦ୍ଵାରା ଆମେ ଚାହିଥିବା ଲକ୍ଷ୍ୟକୁ ସଫଳତା ପୂର୍ବକ ହାସଲ କରିପାରିବା ।

1- ଆମେ ସବୁବେଳେ ନିଜକୁ ପ୍ରୋସହନ କରି କହିବା, ଯେ ମୁଁ ସବୁ କିଛି କରିପାରିବି , କାରଣ ଅବଦୁଲ କାଲାମ ଯେତେବେଳେ ପାଇଲେଟ ହେବାକୁ ଚାହୁଁଥିଲେ ମାତ୍ର ହେଇପାରିଲେ ନାହିଁ । ସେହି ସମୟରେ ସେ ନିରାଶ ହେଇଯାଇଥିଲେ ମାତ୍ର ନିରାଶକୁ କେବେ ବି ଜିତିବାକୁ ଦେଇନଥିଲେ । ପରେ ସେ ଦେଶର  ରାଷ୍ଟ୍ରପତି  ହୋଇଥିଲେ । ଯଦି ସେ ସେହି ଦିନ ହାର ମାନିଯାଇଥାନ୍ତେ ତେବେ ଏତେ ଉନ୍ନତ ସ୍ଥାନକୁ ଯାଇପାରିନଥାନ୍ତେ । ଏଥିପାଇ ବ୍ୟକ୍ତିର ଅକ୍ଲାନ୍ତ ଚେଷ୍ଟା ଓ ନିଜକୁ ସବୁ ବେଳେ ସବୁ କିଛି କରିପାରିବା କହିବା ଉଚିତ୍ । ସବୁବେଳେ ନିଜର ଏକ ଲକ୍ଷ୍ୟକୁ ଆଖି ଆଗରେ ରଖି ଆଗକୁ ବଢିବା ଉଚିତ୍ ।

2- ଆମେ ସର୍ବଦା କିଛି ନା କିଛି ଜ୍ଞାନକୁ ଶିଖିବାର ମନୋବୃତ୍ତି ରଖିବା ଉଚିତ୍ । ଅନେକ ଲୋକ ଶିଖିବା ଛାଡି ଦିଅନ୍ତି ସାମାନ୍ୟ ହାରକୁ ମାନି ନେଇ ଜୀବନରେ ଆଉ କିଛି ଶିଖିବାର ଇଛା ରଖିନଥାନ୍ତି । ଜୀବନ ଆମକୁ ଯାହା ଶିଖେଇ ଥାଏ ତାହାକୁ ଗ୍ରହଣ କରି ଆଗକୁ ଯିବା ଦ୍ଵାରା ଅନେକ କିଛି ଶିଖିଥାଉ । ଅବଦୁଲ କାଲାମ ମଧ୍ୟ ସବୁବେଳେ ଶିକ୍ଷାକୁ ଗୁରୁତ୍ଵ ଦେଉଥିଲେ ।

3- ଆପଣ ମାନେ ନିଜକୁ ସର୍ବଦା କହିବା ଉଚିତ୍ ଯେ ମୁଁ ସବୁବେଳେ କଠିନ ପରିଶ୍ରମ କରିବି । ବ୍ୟକ୍ତି ଯେବେ କୋଣସି କାମକୁ କର୍ତ୍ତବ୍ୟର ସହ କରିଥାଏ ତେବେ ହିଁ ପ୍ରଶଂସାର ପାତ୍ର ହେଇପାରେ । କୌଣସି ବି ବ୍ୟକ୍ତି ବିନା ପରିଶ୍ରମରେ ସଫଳତା ହାସଲ କରିନଥାଏ । ଅନେକ ରାତି ଅନିଦ୍ରା ଏବଂ ବହୁତ ପରିଶ୍ରମର ଫଳ ଗୋଟେ ଦିନ ମିଳିଥାଏ  କିନ୍ତୁ ଏହା ପାଇଁ ବହୁ ବର୍ଷ କଠିନ ପରିଶ୍ରମ କରିବାକୁ ପଡେ ।

4- ଜୀବନର ଚଲାବାଟରେ ଯେତେ ବି କଷ୍ଟ ଆସୁ ନା କାହିଁକି ? ଆମକୁ ସଫଳତା ପାଇବାକୁ ହେଲେ କଷ୍ଟକୁ ଭୁଲି ଜୀବନରେ କିଛି କରି ଦେଖେଇବାର ମନୋବୃତ୍ତି ନେଇ ଆଗକୁ ବଢିବାକୁ ପଡିବ । ସବୁଠାରୁ ବଡ କଥା ହେଲା । ନିଜ ଉପରେ ବିଶ୍ବାସ ରଖିବାକୁ ପଡିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ। ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button