ଧର୍ମ

ପବିତ୍ର ଗୀତାର ସବୁଠୁ ମହତ୍ଵପୂର୍ଣ ୩ଟି କଥା, ଯେତେବେଳେ ବହୁତ ଚିନ୍ତାରେ ଥିବେ- ତେବେ ଆପଣଙ୍କର ସବୁ ଦୁଃଖକୁ କରିବ ଦୂର, ଜାଣନ୍ତୁ

ଆପଣ ସମସ୍ତେ କେଉଁଠି ତ ନିଶ୍ଚିତ ପଢିଥିବେ କିମ୍ବା ଶୁଣିଥିବେ କି ଯେତେବେଳେ ଧର୍ମର ହାନି ହୋଇଥାଏ ଏବଂ ଅଧର୍ମ ବଢିଥାଏ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସବୁ ଯୁଗରେ ନିଜର ଏକ ନୂଆ ଅବତାର ଧାରଣ କରନ୍ତି । ଯେଉଁଥିରେ ଭଗବାନ ଶ୍ରୀ କୃଷ୍ଣ ଅଧର୍ମକୁ ବିନାଶ କରନ୍ତି ଏବଂ ଧର୍ମର ରକ୍ଷା କରନ୍ତି ବୋଲି କୁହାଯାଏ । ଭଗବତ ଗୀତାରେ ଜୀବନର ସବୁ କଥା ବିଷୟରେ କୁହାଯାଇଛି ।

ଏବଂ ଏହି ପବିତ୍ର ଗୀତାରେ ଭଗବାନ ଶ୍ରୀ କୃଷ୍ଣ ସ୍ଵୟଂ ଅର୍ଜୁନଙ୍କୁ ଏହି ଉପଦେଶ ଦେଇଥିଲେ କି ସେ ମହଭାରତରେ କେଉଁ ପ୍ରକାରରେ ଯୁଧ୍ୟ ଲଢିବେ ଏବଂ ବିଜୟ ହାସଲ କରି ପାରିବେ ।

ସେଥିପାଇଁ କୁହାଯାଏ କି ଆପଣଯଦି ନିଜ ଜୀବନରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଗବତ ଗୀତା ପଢିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକ୍ଲ ମାଧ୍ୟମରେ ପବିତ୍ର ଗୀତାରେ କୁହାଯାଇଥିବା କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ପବିତ୍ର ଗୀତାରେ କୁହାଯାଇଥିବା ଏହି ମହତ୍ଵପୂର୍ଣ କଥା ବିଷୟରେ

·    ଭାଗବତ ଗୀତାରେ ଏହି କଥାର ଉଲ୍ଲେଖ କରାଯାଇଛି କି ମାନବ ଶରୀର ମାତ୍ର ଗୋଟିଏ କପଡାର ଖଣ୍ଡ ସଙ୍ଗେ ସମାନ ଅଟେ । ଏହି ସ୍ଥାନରେ ଏହା ଦର୍ଶାଇ ଦିଆ ଯାଇଛି ଯେ ଯେଉଁ ପ୍ରକାରରେ ମନୁଷ୍ୟ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କରିଥାଏ ସେହି ଭଳି ଆତ୍ମା ବି ପୁରୁଣା ଶରୀରକୁ ତ୍ୟାଗ କରି ଏକ ନୂଆ ଶରୀରକୁ ପ୍ରବେଶ କରିଥାଏ ।

ଏହାର ଅର୍ଥ ଏହା ଅଟେ କି ମାନବ ଶରୀରର ଆତ୍ମା ଅସ୍ଥାଇ ବସ୍ତ୍ର ଅଟେ । ମାନେ ସବୁବେଳେ ମନୁଷ୍ୟର ପରିଚୟ ତାହାର ଶରୀରରୁ ନୁହେଁ ତାହାର ମନ ଏବଂ ତାହାର ଆତ୍ମା ଦ୍ଵାରା କରିବା ଉଚିତ ।

·    ଭଗବତ ଗୀତାରେ ଏହି କଥାର ଉଲ୍ଲେଖ କରାଯାଇଛି କି କ୍ରୋଧ ଏକ ସାମାନ୍ୟ ଭାବନା ଅଟେ । ଯାହା ସବୁ ମନୁଷ୍ୟ ଭିତରେ ରହିଥାଏ । ଏହା କେଉଁଠି ନା କେଉଁଠି ମନୁଷ୍ୟ ଭିତର ଏକ ଭ୍ରମ ଉତ୍ପନ୍ନ କରିଥାଏ ଯେଉଁ କାରଣରୁ ମନୁଷ୍ୟ ଭଲ ଏବଂ ଖରାପ ଚିହ୍ନି ପାରେ ନାହିଁ । ସେଥିପାଇଁ ମନୁଷ୍ୟକୁ କ୍ରୋଧର ମାର୍ଗ ଛାଡିଦେବା ଉଚିତ ଏବଂ ଶାନ୍ତିର ମାର୍ଗ ଆପଣାଇବା ଉଚିତ ।

·    କୌଣସି ଜିନିଷକୁ ଅଧିକ ଚାହିଁବା କ୍ଷତିକାରକ ହୋଇପାରେ । ପବିତ୍ର ଗୀତାରେ ବି ଏହା କୁହାଯାଇଛି କି ବ୍ୟକ୍ତିକୁ ନିଜ ସମ୍ପର୍କରେ ଥିବା ମଧୁର କିମ୍ବା କଡା କିମ୍ବା ଖୁସି ହେଉ କି ଦୁଃଖ ସବୁ ପରିସ୍ଥିତିରେ ନିଜର ଜୀବନକୁ ସନ୍ତୁଳନ କରି ରଖିବା ଉଚିତ ଅନ୍ୟଥା ମନୁଷ୍ୟକୁ କଷ୍ଟ ଭୋଗିବାକୁ ପଡିପାରେ ।

ଭଗବତ ଗୀତାର ଏହି ଉପଦେଶକୁ ଯଦି ଆପଣ ନିଜ ଜୀବନରେ କାମରେ ଲଗାଇବେ ତେବେ ଦେଖିବେ ସବୁ କିଛି ଠିକ ହୋଇ ଜୀବ ଓ ଆପଣ ସୁଖରେ ବଞ୍ଚି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button