ଜୀବନଶୈଳୀ

ପାରା ରଖିଥିବା ଲୋକଙ୍କ ପାଇଁ ମହତ୍ଵପୂର୍ଣ୍ଣ କଥା ! ଯେଉଁ ଘରେ ପାରା ଅଣ୍ଡା ଦିଏ, ସେହି ଘରେ କ’ଣ ହୋଇଥାଏ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ପଶୁ ପକ୍ଷୀଙ୍କ ଠାରେ ସିନା କହିବାର ଶକ୍ତି ନଥାଏ ହେଲେ ସବୁକିଛି ବୁଝିବାର କ୍ଷମତା ରହିଥାଏ । ତେଣୁ ଯଦି ଆପଣ ମାନେ ତାଙ୍କ ମନରେ କଷ୍ଟ ଦେବେ ଭାବନ୍ତୁନି ଆପଣଙ୍କର କିଛି କ୍ଷତି ହେବନି ବୋଲି । ବହୁତ ବଡ କ୍ଷତି ହେବ ତାଙ୍କ ଅଭିଶାପ ଆପଣଙ୍କ ଜୀବନକୁ ନର୍କ କରିଦେବ । ଯଦି ଆପଣଙ୍କ ଘରେ ପାରା ମାନେ ବାସ କରୁଥାନ୍ତି ଏବଂ ଅଣ୍ଡା ଦେଇଦିଅନ୍ତି ତେବେ ସେହି ଘରେ କଣ ହୋଇଥାଏ ଆସନ୍ତୁ ଜାଣିବା ଏକ ସୁନ୍ଦର କାହାଣୀ ମାଧ୍ୟମରେ ।

ମୋହନ ନାମକ ଜଣେ ବ୍ୟକ୍ତି ଥିଲେ । ସେ ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅ ସହ ଖୁସିରେ ରହୁଥିଲେ । ମୋହନ ସର୍ବଦା ପକ୍ଷୀ ମାନଙ୍କୁ ଭଲ ପାଆନ୍ତି । କିନ୍ତୁ ତାଙ୍କ ପତ୍ନୀ କେବେ ମଧ୍ୟ ପଶୁ ପକ୍ଷୀଙ୍କୁ ଭଲ ପାଆନ୍ତି ନାହି । ମୋହନଙ୍କ ଘରେ ଦୁଇଟି ପାରା ରହୁଥିଲେ । ମୋହନ ତାଙ୍କ ଯତ୍ନ ନେଇ ପ୍ରତ୍ୟକ ଦିନ ତାଙ୍କୁ ଦାନା ପାଣି ଦେଉଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଏହି କଥା ପାଇଁ ସବୁବେଳେ ମୋହନଙ୍କ ସହ ଝଗଡା କରୁଥିଲେ । ମୋହନ ତାଙ୍କ ପତ୍ନୀକୁ ସବୁବେଳେ ସେମାନଙ୍କ ମହତ୍ଵ ଆମ ଜୀବନରେ କ’ଣ ତାହା ବୁଝାଉଥିଲେ ମଧ୍ୟ ସେ ବୁଝୁ ନଥିଲେ ।

ଦିନେ ମୋହନଙ୍କ ଘରେ ରହୁଥିବା ପାରା ଅଣ୍ଡା ଦେଲା । ଏହା ଦେଖି ମୋହନାଙ୍କରର ସ୍ତ୍ରୀ ଅଧିକ ରାଗି ମୋହନଙ୍କ ସହ ଝଗଡା କରିବାକୁ ଲାଗିଲେ ଆଉ କହିଲେ ତୁରନ୍ତ ଏହି ଅଣ୍ଡାକୁ ଘରୁ ବାହାର କର । ମୋହନ କହିଲେ ସଂସାରକୁ ଆସିନଥିବା ପକ୍ଷୀଙ୍କ ପ୍ରତି ଏଭଳି କରିବା ଦ୍ଵାରା ତାଙ୍କ ଅଭିଶାପ ଆମକୁ ଲାଗିବ । ତେଣୁ ତାଙ୍କୁ ଏହିଠାରେ ସେବେ ଯାଏ ରହିବାକୁ ଦିଅ ଯେବେ ଯାଏ ସେମାନେ ଅଣ୍ଡାରୁ ବାହାରି ମାଆ ବାପାଙ୍କ ସହ ଉଡିବା ପାଇଁ ସକ୍ଷମ ନ ହୋଇଛନ୍ତି ।

ଏହିସମୟରେ ମୋହନଙ୍କର ସହରରେ କାମ ପଡିଲା ଆଉ ମୋହନ ଚାଲିଗଲେ । ଏହି ମଉକାରେ ତାଙ୍କ ପୁଅ ଅଣ୍ଡା ଗୁଡିକୁ ଦେଖିବା ପାଇଁ ସିଢି ପକାଇ ଯାଇ ଅଣ୍ଡାକୁ ହାତରେ ଧରି ଦେଖୁଥିଲା । ଠିକ ଏହି ସମୟରେ ମୋହନଙ୍କ ପତ୍ନୀ ପୁଅ ହାତରେ ଅଣ୍ଡା ଦେଖି ରାଗିଗଲେ ଆଉ ପୁଅକୁ ମାରିବାକୁ ଲାଗିଲେ । ଏହାଭିତରେ ମୋହନ ହାତରୁ ଅଣ୍ଡା ତଳେ ପଡି ଭାଙ୍ଗିଗଲା । ଆଉ ଏହି ସମୟରେ ମୋହନ ଆସି ଘରେ ପହଞ୍ଚିଲେ ଆଉ ଭାଙ୍ଗି ଯାଇଥିବା ଅଣ୍ଡା ଦେଖି କହିଲେ ତାଙ୍କ ସ୍ତ୍ରୀକୁ ପାରା ମାନେ ଦେଇଥିବା ଅଭିଶାପ  ଆମକୁ ଲାଗିବ ନିଶ୍ଚୟ ।

କିଛିଦିନ ପରେ ମୋହନ ବାହାରକୁ ଚାଲିଗଲେ କାମ ପାଇଁ । ଆଉ ସେହି ସମୟରେ ମୋହନଙ୍କ ପୁଅର ଦେହ ବହୁତ ଗୁରୁତର ହୋଇଗଲା ମରିବା ସଙ୍ଗେ ସମାନ ହୋଇଗଲା । ତାଙ୍କ ସ୍ତ୍ରୀ କେତେ ଜଣ ଡାକ୍ତର ବଇଦ ଠାକୁରଙ୍କ ପାଖକୁ ଗଲେ ମଧ୍ୟ ତାଙ୍କୁ କିଛି ଫାଇଦା ମିଳିଲା ନାହିଁ । ଏହାପରେ ମୋହନ ଫେରି ଆସିଲେ ସହରରୁ ପୁଅର ଅବସ୍ତା ଦେଖି କହିଲେ ଏହା ସେହି ପାରା ମାନଙ୍କ ଅଭିଶାପ ପାଇଁ ହିଁ ହୋଇଛି ।

ଏହାପରେ ମୋହନଙ୍କ ପତ୍ନୀ ନିଜ ଭୁଲ ବୁଝିପାରିଲେ । ମୋହନ ଭଗବାନଙ୍କୁ ପ୍ରାଥନା କଲେ ତାଙ୍କ ପୁଅର ସ୍ୱାସ୍ଥ୍ୟ ଭଲ କରିଦେବା ପାଇଁ ଆଉ ଭଗବାନ ମୋହନଙ୍କ ପ୍ରାଥନା ଶୁଣିଲେ ତାଙ୍କ ପୁଅକୁ ଭଲ ମଧ୍ୟ କରିଦେଲେ । ଏହାପରେ ଉଭୟ ମୋହନ ଏବଂ ତାଙ୍କ ପତ୍ନୀ ମିଶି ପଶୁ ପକ୍ଷୀଙ୍କ ଯତ୍ନ ନେବାକୁ ଲାଗିଲେ । ଯାହାଫଳରେ ତାଙ୍କ ଘରେ ସୁଖ ଶାନ୍ତିର ଆଗମନ ହେବାକୁ ଲାଗିଲା । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button