ଓଡିଶା

ଦୁଇ ଫୁଲର ଗୋଟେ ମାଳି ପ୍ରଥମ ସ୍ତ୍ରୀ ପ୍ରେମରେ ପଡି ଦ୍ୱିତୀୟ ସ୍ତ୍ରୀକୁ ଧୋକା ଦେଲା ସ୍ୱାମୀ, ଜାଣନ୍ତୁ ପୁରା ଘଟଣା

ଦୀର୍ଘ ୧୩ ବର୍ଷ ପରେ ବନବାସ ସାରି ଫେରିଛି ସ୍ତ୍ରୀ । ଆଉ ଅଦିନରେ ସ୍ଵାମୀ ସହ ମନାଉଛି ସାବିତ୍ରୀ । ଫୁଲ ମାଳ ପକାଇ ସ୍ତ୍ରୀ ମଠାରେ ସିନ୍ଦୂର ଦେଉଛି ସ୍ଵାମୀ । କଣ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କୁ ? ତେବେ ଜାଣନ୍ତୁ ପୁରା ଘଟଣା…….

କଟକ ଜିଲ୍ଲା ସାଲେପୁର ଜଳକୁଦ ପୋଲିସ ଫାଣ୍ଡି ଅନ୍ତର୍ଗତ ଏଲେମାପୁର ଗ୍ରାମରେ ଦେଖିବାକୁ ମିଳିଛି ସ୍ଵାମୀ ସ୍ତ୍ରୀଙ୍କର ଏଭଳି ହାଇ ଡ୍ରାମା । ଦୀର୍ଘ ୧୩ ବର୍ଷ ହେବ ସ୍ତ୍ରୀ ଅଟୋ ଚାଳକ ସହ ଫେରାର ହୋଇ ଯାଇଥିଲା ।

Ay

କିନ୍ତୁ ବର୍ତ୍ତମାନ ୧୩ ବର୍ଷ ପରେ ସ୍ତ୍ରୀ ପୁଣି ଅଟୋ ଚାଳକ ସ୍ୱାମୀକୁ ଛାଡି ନିଜ ପୂର୍ବ ସ୍ଵାମୀ ପାଖକୁ ଫେରି ଆସିଛି । ଏପରିକି ସ୍ଵାମୀ ଜଣଙ୍କ ମଧ୍ୟ ସ୍ତ୍ରୀକୁ ଖୁସିରେ ଗ୍ରହଣ କରିଛନ୍ତି । ଆପଣ ଭାବୁଥିବେ ଏଥିରେ ଭୂଲ କଣ…

କଥା ଏତିକିରେ ସରି ନାହିଁ । ନିଜ ପ୍ରଥମ ସ୍ତ୍ରୀ ପଳାଇବା ପରେ ସେ ମଧ୍ୟ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ଏବେ ପ୍ରଥମ ସ୍ତ୍ରୀ ଫେରିବା ପରେ ସେ ତାଙ୍କ ଦ୍ବିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଛନ୍ତି । ମାଡ଼ ମାରୁଛନ୍ତି । ଏପରିକି ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button