ଆଜି ୨୦୦ ଟଙ୍କା କମିଛି ସୁନା ଦର, ତା’ହେଲେ ଡେରି କାହିଁକି? ଶୀଘ୍ର ଯାଇ କିଣି ଆଣନ୍ତୁ
![](https://utkalmailtv.com/odia/wp-content/uploads/sites/3/2024/07/4d47e793f27a27cafb7418abc27ff4dcd7c7e3b2905961018db8f6a6b923f3f1-780x470.webp)
କେନ୍ଦ୍ର ସରକାର ବଜେଟରେ ସୁନା ଦର କମାଇଥିବା ବେଳେ ଆଜି ୨୦୦ ଟଙ୍କା କମିଛି ସୁନା ଦର । ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ସୁନା ଦର ହ୍ରାସକୁ ନେଇ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ବି ଭିଡ ଲାଗିଛି । ବିଶେଷ କରି ସୁନାର କମିଥିବା ଦାମକୁ ନେଇ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୮ ହଜାର ୯୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୩ ହଜାର ୨୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୩,୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୮,୯୫୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୨୦୦ ଟଙ୍କା ଓ ୬୮,୯୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୩୫୦ ଟଙ୍କା ଓ ୬୯,୧୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୩,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୯,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩ ୨୦୦ ଟଙ୍କା ଓ ୬୮,୯୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୪,୫୦୦ ଟଙ୍କା ହୋଇଛି।