ଓଡିଶା
ବୋହୂର ନାକ କାଟିଲା ଶ୍ୱଶୁର

ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୋହୂର ନାକ କାଟିଦେଲା ଶ୍ୱଶୁର। ପାରିବାରିକ କଳହକୁ କେନ୍ଦ୍ର କରି ବୋହୁର ନାକକୁ ଧାରୁଆ ଅସ୍ତ୍ରରେ କାଟିଦେଲେ ଶ୍ୱଶୁର ଅମର ନାୟକ। ଏନେଇ ବୋହୂ ଗୁରୁଡିଝଟିଆ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ପକ୍ଷରୁ ବୋହୂକୁ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ଗୁରୁଡ଼ିଝାଟିଆ ପୋଲିସ।