ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ଡକାୟତି ଘଟଣାର ୪ଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଜୟ ନିକଟରୁ ଗୋଟିଏ କାର, ୨ଟି ମୋବାଇଲ ଓ ନଗଦ ୩ ହଜାର ଟଙ୍କା ପୁଲିସ ଜବତ କରିଛି । ଘଟଣା ପ୍ରକାରେ ଚଳିତ ମାସ ୮ ତାରିଖ ସନ୍ଧ୍ୟା ୭ଟାରେ ଜାତୀୟ ରାଜପଥ ଉପରେ କାଠ ପକାଇ ଟ୍ରକକୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭର ଓ ସେଥିରେ ବସିଥିବା ପରମପାଙ୍ଗା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଧାନ ଚନ୍ଦ୍ର ଜେନାଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରି ସେମାନଙ୍କଠାରୁ ୨ଟି ମୋବାଇଲ ଓ ୨୬ହଜାର ଟଙ୍କା ଲୁଟି ନେଇଥିଲେ । ଅଚେତ ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡ଼ିକାଲକୁ ଆଣି ଚିକିତ୍ସା କରାଯାଇଥିଲା । ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ସହଯୋଗୀଙ୍କୁ ଖୋଜୁଥିବା ନେଇ ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।
Back to top button