ଇଣ୍ଡିଆନ୍ ସ୍କାଉଟ୍ କ୍ଲାସିକ୍
‘ଇଣ୍ଡିଆନ୍’ କମ୍ପାନି ଭିଣ୍ଟେଜ୍ ବର୍ଗର ବାଇକ୍ ‘ସ୍କାଉଟ୍ କ୍ଲାସିକ୍’ ବଜାରକୁ ଛାଡ଼ିଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ରହିଛି ୧୯.୨ ଲକ୍ଷ ଟଙ୍କା। ଏହା ସ୍କାଉଟ୍ କ୍ଲାସିକ୍, ସ୍କାଉଟ୍ କ୍ଲାସିକ୍ ଲିମିଟେଡ୍ ଓ ସ୍କାଉଟ୍ କ୍ଲାସିକ୍ ଲିମିଟେଡ୍+ଟେକ୍ ପରି ତିନିଟି ଭାରିଆଣ୍ଟ୍ରେ ଉପଲବ୍ଧ।
ବ୍ଲାକ୍ ମେଟାଲିକ୍, ସିଲ୍ଭର୍ କ୍ବାର୍ଡଜ୍ ସ୍ମୋକ୍, ଘୋଷ୍ଟ୍ ହ୍ବାଇଟ୍ ମେଟାଲିକ୍ ଓ ସନ୍ସେଟ୍ ରେଡ୍ ମେଟାଲିକ୍ ଆଦି ଚାରିଟି ରଂଗରେ ଏହା ମିଳୁଛି। ଏଥିରେ ୧୨୫୦ ସିସିର ଲିକ୍ବିଡ୍-କୁଲ୍ଡ ଭି-ଟ୍ବିନ୍ ଇଞ୍ଜିନ୍ ଥିବାବେଳେ ଏହାର ଓଜନ ୨୫୨ କେଜି। ତେଲଟାଙ୍କି ଧାରଣ କ୍ଷମତା ୧୩ ଲିଟର। ଏହାସହିତ ଏଥିରେ ରାଇଡ୍ କମାଣ୍ଡ୍ ଦ୍ବାରା ପ୍ରଦତ୍ତ ୪ ଇଞ୍ଚ୍ର ଟଚ୍ସ୍କ୍ରିନ୍, ଅନ୍-ବୋର୍ଡ ନାଭିଗେସନ୍, ଟୋ/ବମ୍ପ ଆଲର୍ଟ, ଭେଇକିଲ୍ ଲୋକେଟର୍, ୬ ସ୍ପିଡ୍ ଟ୍ରାନ୍ସମିସନ୍, କ୍ରୁଜ୍ କଣ୍ଟ୍ରୋଲ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, କି’ଲେସ୍ ଇଗ୍ନିସନ୍, ଟେକ୍ନୋଲୋଜି ଟ୍ରିମ୍ ଏବିଏସ୍, ଡିଜିଟାଲ୍ ଟାକୋମିଟର୍, ଓଡୋମିଟର୍ ଇତ୍ୟାଦି ବୈଶିଷ୍ଟ୍ୟ ରହିଛି।