ରାଜନୀତି

ସୁରକ୍ଷିତ ଆଶ୍ରୟ ସନ୍ଧାନରେ ହସିନା: ଏବେ ଦୁଇ ମୁସଲମାନ ଦେଶ ଉପରେ ଭରସା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସିବାର ପ୍ରାୟ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜ ପାଇଁ ସୁରକ୍ଷିତ ଆଶ୍ରୟ ଖୋଜିପାରିନାହାନ୍ତି। ଏହି କାରଣରୁ ସେ କେତେଦିନ ଭାରତରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ସେ ବ୍ରିଟେନ ଯିବାକୁ ପ୍ରସ୍ତୁତ ହେଉଥିବା ଖବର ଆସିଥିଲେ ମଧ୍ୟ ସେଠାକୁ ଯିବା ପାଇଁ ତାଙ୍କୁ ମନା କରି ଦିଆଯାଇଛି।

ବ୍ରିଟେନ୍ ଏକ କୂଟନୈତିକ ବିବୃତ୍ତି ଦେଇ କହିଛି ଯେ ଆଶ୍ରୟ ସଂକ୍ରାନ୍ତ ଅନ୍ତର୍ଜାତୀୟ ଆଇନରେ କୁହାଯାଇଛି ଯେ ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମେ ସୁରକ୍ଷିତ ଭାବେ ପହଞ୍ଚିବେ, ସେହି ରାଷ୍ଟ୍ର ତାଙ୍କୁ ଆଶ୍ରୟ ଦେବାର ଅଧିକାର ରହିଛି।

ବ୍ରିଟେନ୍ ମଧ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଆଶ୍ରୟ ଦେବାର କୌଣସି ବିଶେଷ ପ୍ରାବଧାନ ରହିଥିବାକୁ ଅସ୍ୱୀକାର କରିଛି। ଏହାବ୍ୟତୀତ ଆମେରିକା ମଧ୍ୟ ହସିନାଙ୍କୁ ପରୋକ୍ଷରେ ଅସ୍ବୀକାର କରିସାରିଛି ଏବଂ ତାଙ୍କ ଭିସା ବାତିଲ କରିଛି। ଶେଖ ହସିନା ଏବେ ନୂଆ ବିକଳ୍ପ ଉପରେ ବିଚାର କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଏବେ ଦୁଇ ମୁସ୍‌ଲିମ ରାଷ୍ଟ୍ର ସାଉଦି ଆରବ କିମ୍ବା ୟୁଏଇ ଯିବାକୁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ, ସେ ଫିନଲ୍ୟାଣ୍ଡକୁ ମଧ୍ୟ ଏକ ବିକଳ୍ପ ଭାବେ ଦେଖୁଛନ୍ତି। ସେ ତାଙ୍କ ସାନ ଭଉଣୀ ଶେଖ ରିହାନାଙ୍କ ସହ ଭାରତ ଆସିଛନ୍ତି ଏବଂ ସେବେଠାରୁ ଏଠାରେ ଅଛନ୍ତି। ବୁଧବାର ସେମାନଙ୍କୁ ହିଣ୍ଡନ ଏୟାରବେସ୍ ଆଣି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। କିନ୍ତୁ ଶେଖ୍ ହସିନା କେତେଦିନ ଭାରତରେ ରହିବେ ଏବଂ ଆଗକୁ କ’ଣ ଯୋଜନା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହସିନାଙ୍କ ପୁଅ ସଜିବ ୱାଜେଦ ଜୋୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହସିନା କୌଣସି ଦେଶରୁ ଆଶ୍ରୟ ପ୍ରତିଶ୍ରୁତି ପାଇନାହାନ୍ତି। ସେ ଆମେରିକା, ବ୍ରିଟେନ, ଫିନଲ୍ୟାଣ୍ଡ କିମ୍ବା ଭାରତରେ ରହିପାରିବେ ଯେଉଁଠାରେ ତାଙ୍କ ପରିବାର ରହୁଥିଲେ। ‘ମୁଁ ୱାସିଂଟନରେ ଅଛି । ମୋ ମାଉସୀ ଲଣ୍ଡନରେ ଏବଂ ଭଉଣୀ ଦିଲ୍ଲୀରେ ରୁହନ୍ତି। ଭବିଷ୍ୟତ ନେଇ ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ହେବ ।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button