କ୍ରୀଡା

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ: ଇଂଲଣ୍ଡ ଟିମରୁ ବାଦ ପଡିଲେ ୯ ଖେଳାଳି – Utkal Mail


ଲଣ୍ଡନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହୋଇପାରିଥିଲା । ଇସିବି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି । ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୯ଜଣଙ୍କୁ ବାଦ ଦିଆଯାଇଛି । ଦିନିକିଆ ଏବଂ ଟି୨୦ରେ ଜୋସ ବଟଲରଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ବେନ ଷ୍ଟୋକ୍ସ ଓ ଜୋ ରୁଟଙ୍କ ପରି ଖେଳାଳି ଏହି ଦଳରେ ସ୍ଥାନ ପାଇ ନାହାନ୍ତି । ୱେଷ୍ଟଇଣ୍ଡିଜ ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବ ।
ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ: ଜୋସ ବଟଲର(ଅଧିନାୟକ), ରେହନା ଅହମ୍ମଦ, ଗସ ଆଟିକ୍ସନ, ହ୍ୟାରୀ ବ୍ରୁକ, ବ୍ରାଇଡେନ କାର୍ସେ, ଜ୍ୟାକ କ୍ରାଉଲେ, ସାମ କୁରାନ, ବେନ ଡୋକେଟ, ଟମ ହାର୍ଟଲୀ, ୱିଲ ଜ୍ୟାକ୍ସ, ଲିଆମ ଲିଭିଂଷ୍ଟୋନ, ଓଲି ପୋପ, ଫିଲ ସଲ୍ଟ, ଜୋସ ଟୁଙ୍ଗୁ, ଜନ ଟର୍ଣ୍ଣର ।

ଟି୨୦ ସିରିଜ ପାଇଁ ଇଂଲଣ୍ଡ ଦଳ:ଜୋସ ବଟଲର (ଅଧିନାୟକ), ରେହନା ଅହମ୍ମଦ, ମୋଇନ ଅଲୀ, ଗସ ଆଟିକ୍ସନ, ହ୍ୟାରୀ ବ୍ରୁକ, ଟାଇମାଲ ମିଲ୍ସ, ଆଡିଲ ରଶିଦ, ଫିଲ ଲୁନ, ସାମ କୁରାନ, ବେନ ଡୋକେଟ, ରିସ ଟପଲେ, ଜନ ଟର୍ଣ୍ଣର, କ୍ରିସ ୱକ୍ସ, ୱିଲ ଜ୍ୟାକ୍ସ, ଲିଆମ ଲିଭିଂଷ୍ଟୋନ, ଜୋସ ଟୁଙ୍ଗୁ, ଜନ ଟର୍ଣ୍ଣର ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button