କ୍ରୀଡା

କଲମ୍ବୋରେ ବନ୍ୟା ପରିସ୍ଥିତି, ବଦଳିପାରେ ଏସିଆ କପ୍ ସୁପର-୪ ସ୍ଥାନ – Utkal Mail


ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ପ୍ରକୃତ ଖେଳ ଖେଳୁଛି ବର୍ଷା । ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ଅଧାରୁ ରଦ୍ଦ ହୋଇଥିଲା । ଭାରତ-ନେପାଳ ମ୍ୟାଚରେ ବି ବର୍ଷା ବାଧା ସୃଷ୍ଟି କରିଛି । ତେବେ ଆଗକୁ ପରିସ୍ଥିତି ଆହୁରି ଖରାପ ହେବାକୁ ଯାଉଛି । କାରଣ ଏସିଆ କପର ସୁପର-୪ ମ୍ୟାଚ୍ କଲମ୍ବୋରେ ହେବାକୁ ଥିବା ବେଳେ ସେଠାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ସବୁ ମ୍ୟାଚ୍ କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଖୁବଶୀଘ୍ର ଘୋଷଣା କରାଯିବ।

କଲମ୍ବୋରେ ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ଏସିଆ କପ୍ ର ‘ସୁପର ଫୋର୍’ ପର୍ଯ୍ୟାୟ ମ୍ୟାଚ୍ ର ଭେନ୍ୟୁ ପରିବର୍ତ୍ତନ କରିବାକୁ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି) ବିଚାର କରୁଛି। ସେପ୍ଟେମ୍ବର ୯ରୁ କଲମ୍ବୋରେ ‘ସୁପର ଫୋର’ ପର୍ଯ୍ୟାୟର ୫ଟି ମ୍ୟାଚ୍ ଓ ଫାଇନାଲ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲେ ହେଁ ସେଠାରେ ବର୍ଷାରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା କମ୍ ଥିବା ଜଣାପଡିଛି ।

ଏଣୁ ଏହାକୁ ଦୃଷ୍ଟିରେ ରଖି ଏସିସି ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲ୍ସି) ଏବଂ ଟୁର୍ଣ୍ଣାମେଣ୍ଟର ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ମ୍ୟାଚ୍ ସ୍ଥଳକୁ ସମ୍ଭାବ୍ୟ ସ୍ଥାନ ପରିବର୍ତ୍ତନ ନେଇ ଆଲୋଚନା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ପାଲେକେଲ, ଡାମ୍ବୁଲା ଓ ହମ୍ବନଟୋଟା କୁ ନେଇ ଆଲୋଚନା ହୋଇଥିଲା। ହମ୍ବନଟୋଟାକୁ ଚୂଡ଼ାନ୍ତ କରାଯାଇଥିବା ସୂଚନା ମିଳିଛି। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ୬ଟି ଦଳକୁ ମଧ୍ୟ ଭେନ୍ୟୁରେ ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ଅବଗତ କରାଯାଇଛି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button