ପୂଜାପାଠ ଧାର୍ମିକ କାମ କରୁଥିବା ଲୋକ ହିଁ କାହିଁକି ଦୁଃଖ ପାଇଥାନ୍ତି ? Motivational speech

ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ହିଁ ଦୁଃଖରେ ରୁହନ୍ତି । ଆମ ମନରେ ପ୍ରଶ୍ନ ଆସିଥାଏ କି ? ସବୁବେଳେ ଆମେ ପୂଜା ପାଠ କରୁଛୁ । କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କାହିଁକି ? ଏହାର ବିପରୀତରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ । ଏଥିସହ ଧର୍ମ କାର୍ଯ୍ୟ ବି କରନ୍ତିନି । ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କ’ଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କ’ଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ ।
ଭଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳର ଚିନ୍ତା ମୋ ଉପରେ ଛାଡି ଦିଅ ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମର ଉଚିତ ଫଳ ପ୍ରଦାନ କରିବି । ତେବେ ଭଗବାନଙ୍କ ବିଚାରକୁ ବୁଝିବାକୁ ହେଲେ ଆପଣଙ୍କୁ ଏହି କାହାଣୀଟି ପ୍ରଥମେ ଜାଣିବାକୁ ପଡିବ । ଜଣେ ଗୁରୁଜୀଙ୍କର ଦୁଇଟି ସନ୍ତାନ ଥିଲେ । ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ବୁଦ୍ଧିମାନ ମଧ୍ୟ ଥିଲେ ।
ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭ୍ୟାସ ଖରାପ ହୋଇ ଯାଇଥିଲା । ପ୍ରଥମ ସନ୍ତାନଟି ପ୍ରତିଦିନ ସତସଙ୍ଗ କରୁଥିଲା । ପୁଜାପାଠ ଓ ସତସଙ୍ଗ ଆଦିରେ ମନ ଲଗାଉଥିଲେ । ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ରଖିଥିବା ଯୋଗୁଁ ସେ ସବୁବେଳେ ବେଶ୍ୟାର ଘରକୁ ଯାଇଥାଏ । ତାର ମୁଜୁରା ତାକୁ ଭଲ ଲାଗୁଥାଏ । ଥରେ ପ୍ରଥମ ସନ୍ତାନ ଯାଇଥାଏ ପୂଜା ଅର୍ଚ୍ଚନା କରିବାକୁ । ଏବଂ ଅନ୍ୟ ସନ୍ତାନ ଟି ନାଚ ଦେଖିବାକୁ ଯାଇଥାଏ । ଦ୍ୱିତୀୟ ସନ୍ତାନ ଟି ବେଶ୍ୟା ର ଘରୁ ଫେରିବା ସମୟରେ ତାକୁ ରାସ୍ତା ରେ ଏକ ଛୋଟ ମୁଣି ରେ ସୁନା ଭରି ରହିଥିବା ର ମିଳିଲା ।
ଏହି ମୁଣି ମିଳିବା ପରେ ସେ ଭାରି ଖୁସି ମନରେ ଘରକୁ ଫେରୁଥିଲା । ଏବଂ ପ୍ରଥମ ସନ୍ତାନଟି ସତସଙ୍ଗ କରି ଘରକୁ ଫେରିବା ସମୟରେ ରାସ୍ତାରେ ଗୋଟିଏ ଲୁହା ର କଣ୍ଟା ତାଙ୍କ ପାଦରେ ପସିଗଲା । ଲୁହା କଣ୍ଟାଟି ପାଦରେ ପସି ଆର ପାର ହୋଇଗଲା । ସେ ଛୋଟେଇ ଛୋଟେଇ ଗୁରୁଜୀଙ୍କ ପାଖକୁ ଗଲା । ଏଥିସହ ଗୁରୁଜୀଙ୍କୁ ପ୍ରଶ୍ନ କଲେ କି ଭଗବାନଙ୍କ ନ୍ୟାୟ କିଭଳି । ମୁଁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡି ହୋଇଗଲା ।
ଅପର ପକ୍ଷରେ ସେ ବେଶ୍ୟା ର ମୁଜୁରା ଦେଖିବାକୁ ଯାଇଥିଲା ତାକୁ ସୁନା ଭର୍ତ୍ତି ମୁଣି ମିଳିଗଲା । ସେ ଭୁଲ କାମ କରୁଥିଲା କିନ୍ତୁ ତା ପାଦରେ କଣ୍ଟା ନ ପସି ମୋ ପାଦରେ ପସିଗଲା ଯେବେକି ମୁଁ ପୁଜାପାଠ କରୁଥିଲି । ଏହି ସବୁ କଥା ଶୁଣି ସାରିବା ପରେ ଗୁରୁଜୀ କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ । କେବଳ ବର୍ତ୍ତମାନ ଭାବୁଛ । କିନ୍ତୁ ଈଶ୍ୱର ଭୁତ ଭବିଷ୍ୟତ ଏବଂ ବର୍ତ୍ତମାନ କୁ ନେଇ ନିର୍ଣ୍ଣୟ ନେଇଥାନ୍ତି ।
ଆମକୁ କାଲି କ’ଣ ହେବାର ଅଛି ଜଣା ନ ଥାଏ । କିନ୍ତୁ ଭଗବାନଙ୍କୁ ଜଣା ଥାଏ । ଆଜି ଯାହାକୁ ସୁନାର ମୁଣି ମିଳିଲା ତାକୁ ସୁନାର ସିନ୍ଧୁକ ମିଳିଥାନ୍ତା ଏବଂ ସେ ରାଜା ହୋଇଥାନ୍ତା କିନ୍ତୁ ସମୟର ସଦୁପଯୋଗ ନ କରି ଥିବାରୁ ତାର ପୁଣ୍ୟ ସବୁ କ୍ଷୟ ହୋଇଗଲା । କାରଣ ତାର ପୂର୍ବ ଜନ୍ମର ପୁଣ୍ୟ ଅଧିକ ଥିଲା । କିନ୍ତୁ ସେ କୁକର୍ମ କରି ସବୁ ପୁଣ୍ୟ କୁ ନଷ୍ଟ କରିଦେଲା । ସେଥିପାଇଁ ଛୋଟ ମୁଣି ତାକୁ ମିଳିଲା ।
ଏବଂ ତୁମ୍ଭର ପାପ ଯୋଗୁଁ ଆଜି ତୁମ୍ଭର ମୃତ୍ୟୁ ହୋଇଥାନ୍ତା ଏବଂ ଜୀବନର ଶେଷ ଦିନ ହୋଇଥାନ୍ତା କିନ୍ତୁ ତୁମେ ସର୍ବଦା ଭଗବାନ ଙ୍କ ସହ ଯୋଡି ହୋଇ ରହୁଥିଲା ବୋଲି ତୁମ ମୃତ୍ୟୁ ଏକ ଲୁହା କଣ୍ଟା ରେ ପରିବର୍ତ୍ତନ ହୋଇଗଲା । ଏହା ପରମାତ୍ମାଙ୍କ ନିର୍ଣ୍ଣୟ ଏହାକୁ ଅନେକ ଲୋକ ବୁଝି ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆମ ସହ ଘଟୁଥିବା ବହୁତ ଘଟଣା ଆମ ପୂର୍ବ ଜନ୍ମର କର୍ମ ଯୋଗୁଁ ହୋଇଥାଏ ।
ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ