ଓଡିଶା

କାଉଁରିଆ ଯାତ୍ରାରେ ରେ ଯାଇଥିଲେ ସ୍ୱାମୀ, ଏପଟେ ସ୍ତ୍ରୀ ପ୍ରେମିକ ସହ ହୋଇଗଲା ଫେରାର

ଆଜିକାଲି ଯୁଗରେ ଲୋକମାନେ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସମାଜ ପାଇଁ ନିନ୍ଦନୀୟ ଅଟେ। ସମାଜରେ କିଛି ଖରାପ ସ୍ଵଭାଵ ର ମହିଳାମାନେ ନିନ୍ଦନୀୟ ଅଟନ୍ତି । ଆଜିକାଲି ଯୁଗରେ ସ୍ବାମୀ ହୁଅନ୍ତୁ ବା ସ୍ତ୍ରୀ ସେମାନେ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ପିଲାଛୁଆ ସଂସାର କରି ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ ।

ମହିଳା ଜଣଙ୍କର ସ୍ଵାମୀ ଶ୍ରାବଣ ମାସ ସୋମବାର କରୁଥିଲେ । ଆଉ ସେ ପାଣି ଭାର ନେଇ କାଉଁରିଆ ଯାତ୍ରାରେ ଯାଇଥିଲେ । ଏହି ସ୍ବାମୀ ଜଣକ କାଉଁରିଆ ଯାତ୍ରାରେ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ । ଆଉ ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି।

ଏହି ଯୁବକ ଜଣକ ଭଗବାନଙ୍କ ଦର୍ଶନ କରି ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ସ୍ଵାମୀ ଘରେ ନଥିବାର ଫାଇଦା ନେଇ ତାଙ୍କ ଛୁଆକୁ ଧରି ସେ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇ ଯାଇଥିଲେ । ଏହାପରେ ଘରେ କେବଳ ତାଙ୍କ ଶଶୁର ଥିଲେ । ତାଙ୍କ ଶଶୁର ଜଣେ ଦିବ୍ୟାଙ୍ଗ ଥିଲେ ।

ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି:

ଏହାପରେ ଦିବ୍ୟାଙ୍ଗ ଶଶୁର ଜଣକ ତାଙ୍କ ପୁଅକୁ କଲ୍ କରିଥିଲେ ଆଉ ସେ ସବୁ ବିଷୟରେ କହିଥିଲେ । ଏହାପରେ ଏହି ମହିଳା ଜଣଙ୍କର ସ୍ବାମୀ ଫେରି ଆସିଥିଲେ । ଆଉ ସେ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ କରିବା ପରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଘଟଣା ରାଜସ୍ଥାନର ଅଲବର ଜିଲ୍ଲାର ରେଣି କସୱେରେ ଦେଖିବାକୁ ମିଳିଛି । ମହିଳା ଜଣକ ଘରେ ଦିବ୍ୟାଙ୍ଗ ବୃଦ୍ଧ ବାପାଙ୍କୁ ଛାଡ଼ି ପୁଅକୁ ଧରି ତାର ପ୍ରେମିକ ସହ ଫେରାର ହୋଇଯାଇଛି । ଏହାସହ ଏହି ମହିଳା ଜଣକ ନଗଦ ଟଙ୍କା ସୁନା, ରୁପା ଅଳଙ୍କାର ବି ନିଜ ସହିତ ନେଇ ଯାଇଛି। ‌

ଯେଉଁ ଟଙ୍କା ସ୍ତ୍ରୀ ଜଣକ ନେଇ ଯାଇଛି ତାହା ଲୋକଙ୍କ ଠାରୁ ଚାନ୍ଦା କରି ରଖା ଯାଇଥିଲା । ଏହି ଟଙ୍କା ଗ୍ରାମରେ ଆୟୋଜିତ ହେବାକୁ ଥିବା କାଉଁରିଆ କାର୍ଯ୍ୟକ୍ରମରେ ଲାଗି ଥାଆନ୍ତା । ଏବେ ପୋଲିସ ମହିଳାଙ୍କୁ ଟ୍ରାକ କରୁଛି ଆଉ ଏହାସହ ପୋଲିସ କହିଛି ମହିଳା ଜଣକ ଯାହା ସହିତ ପାରିବେ ରହିପାରିବେ କାରଣ ତାଙ୍କର ବୟସ ୧୮ ବର୍ଷରୁ ଅଧିକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button