ଦେଶ ବିଦେଶ

ଦେଖନ୍ତୁ ଭିଡିଓ: ଛାତ ଉପରେ ବର୍ଷାରେ ରିଲ୍ସ କରୁଥିବା ସମୟରେ ବିଜୁଳି ମାରିବାରୁ ଯୁବତୀଙ୍କ ସହ ଘଟିଗଲା ଭୟଙ୍କର

ଆଜିକା ସମୟରେ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଯେପରି ଏକ ପ୍ରକାର ରିଲ୍ସ ପାଗଳ । ସେ ଛୋଟ ହେଉ କି ବଡ ସମସ୍ତଙ୍କୁ ରିଲ୍ସ ଏକ ନିଶା ଭାବେ ଘାରି ରଖିଛି ।

ବର୍ତ୍ତମାନ ସମୟରେ ଲୋକମାନେ ଯେପରି ରିଲ୍ସ, ଲାଇକ, ସେୟାର, କମେଣ୍ଟ ମଧ୍ୟରେ ସୀମିତ ହୋଇ ରହି ଯାଇଛନ୍ତି । ରିଲ୍ସ କରିବା ସମୟରେ ଅସାବଧାନ ହୋଇ ନିଜ ଜୀବନ ହରାଇବାର ବହୁ ଭିଡ଼ିଓ ଭାଇରାଲ୍ ହେବାର ମଧ୍ୟ ଆପଣ ଦେଖିଥିବେ ।

A

ତେବେ ଠିକ୍ ସେହିଭଳି ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ଫୋନରୁ ଫୋନ୍ ଘୁରି ବୁଲୁଛି ଏହି ଭିଡ଼ିଓ । ତେବେ ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଏକ ଯୁବତୀ ବର୍ଷା ସମୟରେ କିପରି ଛାତ ଉପରେ ଓଦା ହୋଇ ରିଲ୍ସ ବନାଉଛନ୍ତି ।

ତାଙ୍କର ବନ୍ଧୁ ଏହି ଭିଡ଼ିଓ ରେକର୍ଡ କରୁଛନ୍ତି । ତେବେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ଏବଂ ବିଜୁଳି ମଧ୍ୟ ତୁହାକୁ ତୁହା ମାରୁଛି । ହୁଏ ତ ଏହି ଘଡ଼ଘଡି ଯୁବତୀଙ୍କ ଜୀବନ ଯିବାର କାରଣ ହୋଇ ପାରନ୍ତି । କିନ୍ତୁ ଭାଗ୍ୟ ବଶତଃ ଯୁବତୀ ଜଣଙ୍କ ବଞ୍ଚି ଯାଇଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସିତାରମହୀ ଜିଲ୍ଲାରୁ ।

Related Articles

Leave a Reply

Your email address will not be published. Required fields are marked *

Back to top button