ଓଡିଶା

ନିଆରା ଢଙ୍ଗରେ ରାଖୀ ପୂର୍ଣ୍ଣିମା: ଛୋଟ ଓ ବଡ ପିଲାଙ୍କୁ ନାରୀ ସୁରକ୍ଷା ନେଇ ସଚେତନ କଲା ସ୍ଵେଚ୍ଛାସେବୀ ସଙ୍ଗଠନ

ଯାଜପୁର : ରାଖୀ ଏକ ଆବେଗ, ଏକ ବିଶ୍ଵାସ ଏକ ଭରଷାର ପ୍ରତୀକ ।‌ ତେବେ ରାଖି ବାନ୍ଧି ପରମ୍ପରା ଅନୁଯାୟୀ ରାଖୀ ପୂର୍ଣ୍ଣିମା ପାଳିବା ସହ ଏକ ନୂଆ ଓ ନିଆରା ଢଙ୍ଗରେ ରାଖୀ ପୂର୍ଣ୍ଣିମା ପାଳିଛନ୍ତି ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟ ସଦସ୍ୟା । ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତର ସ୍ଵେଚ୍ଛାସେବୀ ସଙ୍ଗଠନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ପ୍ରୟାସ କାର୍ଯ୍ୟକ୍ରମ କରାଯାଇଛି ।

ବନ୍ଦାଳୋ ପଞ୍ଚାୟତର ଚୌଧୁରୀ ପାଟଣା ଗାଁରେ ଥିବା ଗ୍ରାମଦେବୀ ମା ଶୀତଳାଙ୍କ ମଣ୍ଡପ ନିକଟରେ ଏକାଠି ହୋଇ ସାରା ଦେଶରେ ଚର୍ଚ୍ଚାରେ ଥିବା ଡକ୍ଟର ମୌମିତାଙ୍କ ପ୍ରତି ଘଟିଥିବା ନିନ୍ଦନୀୟ କାର୍ଯ୍ୟକୁ ପ୍ରତିବାଦ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭା କରାଯାଇଛି ।

ଏହା ପରେ “ନାରୀ ସୁରକ୍ଷା” ପ୍ରସଙ୍ଗ ଉପରେ “ଆମ ନିଜ ସୁରକ୍ଷା ଆମ ନିଜ ହାତରେ” ସ୍ଲୋଗାନ ଦେଇ ପିଲାଙ୍କୁ ଉତ୍ସାହିତ କରାଯାଇଥିଲା । ଛୋଟ ବଡ ପିଲାଙ୍କୁ କିପରି ପ୍ରାଥମିକ ସ୍ତରରେ ନିଜ ପରିବାରରୁ ନାରୀ ସୁରକ୍ଷା ଉପରେ ସଚେତନତା କରାଯାଇପାରିବ , ଗୁଡ୍ ଟଚ୍, ବ୍ୟାଡ୍ ଟଚ୍, ନିର୍ଯାତନା ରୋକିବା ଆଦି ବିଷୟରେ ଗାଁରେ ବୁଝାଇଥିଲେ । ନିଜେ ପାଇଁ ପ୍ରତ୍ୟେକ ଦିନ କିଛି ସମୟ ବାହାର କରି ସେଲ୍ଫ ଡିଫେନ୍ସ ଶିଖିବାକୁ ପିଲାଙ୍କୁ ଆହ୍ବାନ କରାଯାଇଛି ।

ବର୍ତ୍ତମାନ ସମୟରେ ନ ଡରି କିପରି ସାହସ ଓ ଧୈର୍ଯ୍ୟର ସହ ପ୍ରତ୍ୟେକ ସମସ୍ୟାକୁ ସମ୍ମୁଖୀନ କରିବା ଏବଂ ନିଜ ରକ୍ଷାକବଚ ନିଜେ ହେବା ଏନେଇ ପରସ୍ପର ମଧ୍ୟରେ ସଚେତନତା ବାଣ୍ଟିଛନ୍ତି । ଏହି ସଭାରେ ଫାଉଣ୍ଡେସନର ସଦସ୍ୟ ସଦସ୍ୟା ଉପସ୍ଥିତ ଥିବା ସହ ଗାଁର ବହୁ ମହିଳା, ସ୍ଥାନୀୟ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ,ସହାୟିକା ଆଦି ଉପସ୍ଥିତ ରହି ସମସ୍ତଙ୍କୁ ସଚେତନ କରାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button