ରାଜନୀତି

କେଜ୍ରିୱାଲଙ୍କ ପିଏକୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏଙ୍କୁ ଜେରା ପାଇଁ ସମନ ଜାରି କରିଛି । ଉକ୍ତ ମାମଲାର ଯାଞ୍ଚ ଉଭୟ ସିବିଆଇ ଓ ଇଡି ସଂଯୁକ୍ତ ରୂପେ କରୁଛି । ସିବିଆଇ ତରଫରୁ ଦାୟର ହୋଇଥିବା ମାମଲା ଆଧାରରେ ଇଡ଼ି ମନିଲଣ୍ଡ୍ରିଂ ଧାରା ଅନ୍ତର୍ଗତ ଯାଞ୍ଚ କରୁଛି । ଉକ୍ତ ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ସିବିଆଇ ଓ ଇଡି ଏହାପୂର୍ବରୁ ଆମ ଆଦମି ପାର୍ଟିର ୨ ବଡ଼ ନେତା ସତ୍ୟେନ୍ଦ୍ର ଜୈନ ଓ ମନିଷ ସିସୋଦିୟାଙ୍କୁ ଯାଞ୍ଚରେ ସାମିଲ କରିଛି । ସତ୍ୟେନ୍ଦ୍ର ଜୈନ ଏବେ ଅନେକ ମାମଲାରେ ତିହାଡ଼ ଜେଲରେ ବନ୍ଦ ଅଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ସିସୋଦିୟାଙ୍କ ସମସ୍ୟା ମଧ୍ୟ ଥମିବାର ନାଁ ନେଉନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button