ଦେଶ ବିଦେଶ

ବୟସ ଓ ଉଚ୍ଚତା ଅନୁସାରେ କେତେ ରହିବା ଉଚିତ ଆପଣଙ୍କ ଓଜନ ? ଜାଣନ୍ତୁ..

ମାଜ ଡିଜିଟାଲ ଡେସ୍କ: ଶରୀରକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟ ଉଭୟ ସନ୍ତୁଳିତ ଏବଂ ସଠିକ୍ ରହିବା ଆବଶ୍ୟକ। ବିଭିନ୍ନ ଚିକିତ୍ସା ରିପୋର୍ଟ ଅନୁସାରେ, ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ପାଇଁ ମେଦବହୁଳତା ଏକ ପ୍ରମୁଖ କାରଣ ପାଲଟିଛି। ଓଜନ ବଢିଲେ ମଧୁମେହ, ରକ୍ତଚାପ ଓ ଯକୃତ ସମସ୍ୟା ଆଦିର ଆଶଙ୍କା ବଢିଥାଏ।

ବିଶେଷଜ୍ଞଙ୍କ ଅନୁସାରେ, ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଓଜନ ବୃଦ୍ଧି ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ସୁସ୍ଥ ରହିବା ପାଇଁ ଓଜନକୁ ନିୟନ୍ତ୍ରିତ ରଖିବା ନିହାତି ଆବଶ୍ୟକ।

ଗବେଷଣାରୁ ଗଣାପଡ଼ିଛି ଯେ, ଉପଯୁକ୍ତ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ଓଜନକୁ ନିୟନ୍ତ୍ରିତ ରଖାଯାଇପାରିବ। ତେବେ ପ୍ରତ୍ୟେକ ବ୍ୟକ୍ତି ଏହା ଜାଣିବା ଆବଶ୍ୟକ ଯେ, ତାଙ୍କ ବୟସ ଓ ଉଚ୍ଚତା ଅନୁସାରେ କେତେ ଓଜନ ରହିବା ଆବଶ୍ୟକ ଓ କେତେ ଅଧିକ। ମହିଳା ଓ ପୁରୁଷଙ୍କ ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ଆସନ୍ତୁ ଜାଣିବା –

ବିଏମଆଇରୁ ସୁସ୍ଥ ଓଜନ ଆକଳନ:
ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ସେମାନଙ୍କର ଆଦର୍ଶ ଓଜନ କେତେ ହେବା ଉଚିତ୍। ତେବେ ସମସ୍ତଙ୍କ ପାଇଁ ଆଦର୍ଶ ଓଜନ ସମାନ ହୋଇପାରିବ ନାହିଁ। ଓଜନ ସ୍ଥିତି ଜାଣିବା ପାଇଁ ବଡି ମାସ୍‌ ଇଣ୍ଡେକ୍ସ(ବିଏମଆଇ) ବ୍ୟବହାର କରାଯାଇପାରିବ। ସାଧାରଣତଃ ୧୮.୫ ରୁ ୨୪.୯ ମଧ୍ୟର ବିଏମଆଇକୁ ସୁସ୍ଥ ବୋଲି ବିବେଚନା କରାଯାଉଥିବାବେଳେ ୨୫ରୁ ୩୦ ମଧ୍ୟରେ ଥିବା ବିଏମଆଇକୁ ଅଧିକ ଓଜନ ବୋଲି ବିବେଚନା କରାଯାଏ।
ତେବେ ଏଥି ଧ୍ୟାନ ଦେବା ଜରୁରୀ ଯେ, ବିଏମଆଇ ଶରୀରର ଗଠନ କିମ୍ବା ସ୍ୱାସ୍ଥ୍ୟର ସାମଗ୍ରିକ ଆକଳନ କରେ ନାହିଁ। ପ୍ରକୃତ ସ୍ୱାସ୍ଥ୍ୟ ସ୍ଥିତି ଆକଳନ କରିବା ପାଇଁ ଏହାକୁ ଅନ୍ୟ ପରୀକ୍ଷା ଏବଂ ଆକଳନ ସହିତ ମିଳିତ ଭାବରେ ଉପଯୋଗ କରାଯିବା ଉଚିତ।

ପିଲାଙ୍କ ପାଇଁ ଆଦର୍ଶ ଓଜନ:
ଯଦି ଏକ ମାସର ଶିଶୁର ଉଚ୍ଚତା ୫୩ ସେମି, ତେବେ ତା’ର ଆଦର୍ଶ ଓଜନ ୪.୩୫ କିଲୋ ରହିବା ଉଚିତ। ସେହିଭଳି ଯଦି ୩ ମାସର ଶିଶୁର ଉଚ୍ଚତା ୬୦ ସେମି, ତେବେ ତା’ର ୬ କିଲୋ ଓଜନ ରହିବାକୁ ସୁସ୍ଥ ବୋଲି ବିବେଚନା କରାଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button