ଓଡିଶା

କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାନୀପାଟଣା : ମଥୁରା ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାରେ ମୃତ ଚାଳକଙ୍କ ପରିବାରର ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଉଲ୍ଲେଖଯୋଗ୍ୟ ସକାଳେ ଏକ ଟ୍ରକକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବୋଲେରୋ ଚାଳକ ଦୀଲିପ ନାଏକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇଁ ମହୁଳପାଟଣା, ବିରିକୋଟ ଅଞ୍ଚଳରୁ ସମ୍ପର୍କୀୟମାନେ ଆସି କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଜୁନାଗଡ଼ ଥାନା ପୁଲିସ, ଜୁନାଗଡ଼ ତହସିଲଦାର ବୁଝାସୁଝା ସତ୍ତ୍ୱେ ଅପରାହ୍ନ ଯାଏଁ ରାସ୍ତାରୋକ ହଟି ନଥିଲା। ରାସ୍ତାରୋକ ଯୋଗୁଁ ୨୬ ନମ୍ୱର ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button