ବିଚାର

ବିବାହ ପର ଦିନ ସବୁ ଝିଅଙ୍କ ମନରେ ଆସେ ଏହି ସବୁ ଭାବନା… ଶାଶୁଘର ଲୋକ ନିହାତି ଜାଣି ରଖିବା ଉଚିତ

ବନ୍ଧୁଗଣ ବିବାହ ହୋଇ ଶାଶୁଘରକୁ ଯିବା ପାଇଁ ପ୍ରାୟ ସବୁ ଝିଅ କୁଆଁରୀ ଥିବା ସମୟରେ ସ୍ଵପ୍ନ ଦେଖିଥାନ୍ତି । ବିବାହ ସରିଲା ପରେ ଝିଅଟିଏ ତା’ ନିଜ ବାପାଘରକୁ ଛାଡି ନିଜ ଶାଶୁଘରକୁ ଯାଇଥାଏ । ତେବେ ବିବାହ ସରିବା ପରେ ସେହି ନବ ବିବାହିତା ଝିଅ ଅର୍ଥାତ ନବବଧୁର ମନରେ କ’ଣ କ’ଣ ସବୁ କଥା ଚାଲିଥାଏ ? ତାହା କ’ଣ ଆପଣ ମାନେ ଜାଣିଛନ୍ତି କି ! ତେବେ ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି କହିବାକୁ ଯାଉଛୁ ।

୧- ବିବାହ ସରିବା କ୍ଷଣି ଝିଅଟିଏ ଚିନ୍ତା କରିଥାଏ ଯେ, ଯାହାହେଉ ଏବେ ଭାରି ଭରକମ ଲେହଙ୍ଗାରୁ ଛୁଟକାରା ମିଳିଲା, ଏହା ସହିତ ହେଭି ମେକଅପରୁ ମଧ୍ୟ ଛୁଟକାରା ମିଳିବ । ଏବେ ସେ ନିଜର ସାଧା ପୋଷାକରେ ଆରମ ଦାୟକ ନିଶ୍ଵାସ ନେଇପାରିବ ।

୨- ସଂପୂର୍ଣ୍ଣ ବିବାହ ପର୍ଯ୍ୟନ୍ତ ଝିଅଙ୍କୁ ନିଜ ଚେହେରାରେ ସ୍ମାଇଲ ରଖିବାକୁ ହୋଇଥାଏ । ଫୋଟ କ୍ଲିକ କରିବାରେ ହେଉ କିମ୍ବା ସ୍ଟେଜ ଉପରେ ଝିଅଟିକୁ ସର୍ବଦା ସ୍ମାଇଲ କରିବାକୁ ହୋଇଥାଏ । ଝିଅଟି ସ୍ମାଇଲ ଦେଇ ଦେଇ ତାହାର ଗାଲ ଦରଦ ହେଇଯାଏ, ବିବାହ ପରେ ସେ ଭାବେ ଯାହାହେଉ ଏବେ ଆଉ ସ୍ମାଇଲ ଦେବାକୁ ହେବନାହିଁ ।

୩- ବିବାହରେ ବହୁତ ଗୁରୁଜନ ମାନଙ୍କର ପାଦ ଛୁଇଁ ମୁଣ୍ଡିଆ ମାରି ମାରି ଥକିଯାନ୍ତି । ଏହି କ୍ଷେତ୍ରରେ ଝିଅ ମାନଙ୍କର ସଂପୂର୍ଣ୍ଣ ଶରୀର ବିନ୍ଧିବାରେ ଲାଗିଥାଏ । ସେମାନେ ଭବିଥାନ୍ତି ଯେ କାସ କେଉଁଠାରୁ ଗୋଟିଏ ବଡି ମସାଜ ମିଳିଯାଏ । ସେ ନିଜର ଥକାନ ଦୂର କରିବା ପାଇଁ ଚିନ୍ତା କରିଥାନ୍ତି ।

୪- ବିବାହରେ ଅନେକ ଉପହାର ମିଳିଥାଏ, ଏହାକୁ ପାଇ ଖୋଲିବାର ଇଛା ପ୍ରଥମେ ଝିଅଟି ନୂତନ ବଧୁରେ ପାଲଟି ଯାଇଥିବା ବେଳେ ଚିନ୍ତା କରିଥାଏ । ସେ ସର୍ବ ପ୍ରଥମେ ନିଜ ସାଙ୍ଗ ସାଥିର ଉପହାରକୁ ଖୋଲି ଦେଖିଥାଏ ।

୫- ମା ଘରେ ଝିଅଟିଏ ଯେପରି ଇଛା ସେପରି ନିଜ ରୁମରୁ ବାହାରି ବୁଲିଥାଏ । ମାତ୍ର ଶାଶୁଘରେ ସେ ଛୋଟ ଡ୍ରେସ ପିନ୍ଧି କୁଆଡେ ବାହାରି ପାରିବ ନାହିଁ କିମ୍ବା ସେ ନାଇଟି ପିନ୍ଧି ମଧ୍ୟ ବାହାରି ପାରିବ ନାହି । ସକାଳୁ ଉଠି ଡ୍ରେସଅପ ସହିତ ଭଲରେ ମେକଅପ ଅର୍ଥାତ ଲିପଷ୍ଟିକ, ପାଉଡର, ବିନ୍ଧି, କାଜଲ ଇତ୍ୟାଦି ତାହାର ପସନ୍ଦ ଅନୁଯାଇ ପିନ୍ଧିକି ଅଥବା ଲଗାଇକି ବାହାରକୁ ବାହାରିଥାଏ ।

୬- ବିବାହ ପରେ ସେ ହନିମୁନ ବିଷୟରେ ଚିନ୍ତା କରିଥାଏ । କେବେ ହେବ, କେମିତି ହେବ, କିଛି ଗଡବଡ ତ ହେବ ନାହି ଇତ୍ୟାଦି ଚିନ୍ତାଧାରା ତାହାର ମନରେ ଆସିଥାଏ । ସେ ଏହା ମଧ୍ୟ ଭାବିଥାଏ ସେ ନିଜ ପାର୍ଟନର ସହିତ ଏକୁଟିଆ ରହିବାର ସୁଯୋଗ କେବେ ମିଳିବ ।

୭- ପ୍ରାୟତଃ ଝିଅ ମାନେ ନିଜ ବାପଘରେ ରୋଷେଇ ଘରକୁ ଯାଇନଥାନ୍ତି । ମାତ୍ର ଶାଶୁଘରେ ତାକୁ ବିବାହ ପରଦିନ ରୋଷେଇ ଘରକୁ ଯାଇ ରୋଷେଇ କରିବାକୁ ପଡିଥାଏ । ଏହି କ୍ଷେତ୍ରରେ ସେ ଏହି କଥାକୁ ନେଇ ବହୁତ ଟେନସନରେ ରହିଥାଏ ।

୮- ବିବାହ ପରଦିନ ସେ ନିଜ ସାଙ୍ଗ ସାଥୀଙ୍କ ସାଙ୍ଗେ ନିଜର ବୈବାହିକ ଜୀବନର ଅନୁଭୂତି କହିଥାଏ । ବନ୍ଧୁଗଣ ଏହା ଥିଲା ଗୋଟିଏ ଝିଅର ବିବାହ ସମୟରେ ମନର କଥା ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button