ଓଡିଶା

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍, ୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ମ୍ବଲପୁର,୨୮/୦୮: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ । ବର୍ତ୍ତମାନ କେବଳ ୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମ୍ର ବାମ ପାର୍ଶ୍ୱରେ ଗୋଟିଏ ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ବୁଧବାର ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୪୩ ଫୁଟ ରହିଛି ।

ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଅଗଷ୍ଟ ୨୬ ଅର୍ଥାତ ସୋମବାରରେ ୧୪ ଟି ଗେଟ୍ ଦେଇ ବନ୍ୟାଜଣ ନିଷ୍କାସନ କରାଯାଇଥିଲା ।

ପରେ ଅଗଷ୍ଟ ୨୮ ଅର୍ଥାତ ବୁଧବାରରେ ୧୪ଟି ଗେଟ୍ ମଧ୍ୟରୁ ୧୨ ଟି ଗେଟ୍ ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ କେବଳ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button