ରାଜନୀତି

କୋଲକାତା ଲଜ୍ଜା ଘଟଣାରେ ମୋଦିଙ୍କୁ ମମତାଙ୍କ ୨ୟ ଚିଠି

ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ଆଧାର କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆଉ ଏକ ଚିଠି ଲେଖିଛନ୍ତି। ଅଗଷ୍ଟ ୨୨ରେ ଲେଖିଥିବା ଚିଠିର ଉତ୍ତର ନ ପାଇବା କାରଣରୁ ସେ ଦ୍ବିତୀୟ ଚିଠି ଲେଖିଛନ୍ତି ବୋଲି ମମତା କହିଛନ୍ତି। ଏହି ଚିଠିରେ ସେ ମହିଳା ବିରୋଧୀ ହିଂସା ବିଶେଷକରି ବଳାତ୍କାର ଘଟଣାରେ​‌ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ଲାଗି ଆବଶ୍ୟକ ଆଇନ ପ୍ରଣୟନ କରିବାକୁ  କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ମମତା କହିଛନ୍ତି ଯେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ପାଇନାହାନ୍ତି।  ପ୍ରଥମ ଚିଠି ଉପରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତର ଦେଇଥିବା ମମତା କହିଛନ୍ତି। ମାତ୍ର ଏହି ଚିଠିରେ ଆଇନ ପ୍ରଣୟନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଜବାବ ଦିଆଯାଇ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button