ଜୀବନଶୈଳୀ

ଏମିତି ପଢିଲେ ଗଧ ବି ଟପ୍ପର ହୋଇଯିବ, ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ

। ପ୍ରତ୍ଯେକ ବାପା ମା ଙ୍କର ଇଛା ଥାଏ କି ଯେପରି ତାଙ୍କର ସନ୍ତାନ ଭଲ ପାଠ ପଢୁ । ବଡ ହୋଇ ତାର ଜୀବନରେ ସଫଳତାର ସମସ୍ତ ଶିଖର କୁ ସ୍ପର୍ଶ କରୁ । ଦୁନିଆ ରେ ଅଧିକ ରୁ ଅଧିକ ନାମ ଅର୍ଜନ କରୁ । ଏହି କାରଣ ରୁ ପ୍ରତ୍ଯେକ ମା ବାପା ନିଜ ସନ୍ତାନ ର ଭଲ ଭବିଷ୍ୟତ କାମନା କରି ପିଲା ମାନଙ୍କୁ ପାଠ ପଡିବା ପାଇଁ ବୁଝାଇଥାନ୍ତି ସେ ଇଛା ନ କଲେ ମଧ୍ୟ ସେମାନଙ୍କୁ ପଢିବାକୁ ବସାଇଥାନ୍ତି । କିନ୍ତୁ ଅନେକ ଥର ପିଲା ମାନଙ୍କୁ ପଢିବାକୁ କହିବା ସମୟରେ ଦେଖିବାକୁ ମିଳିଥାଏ କି ପ୍ରୟତଃ ପିଲା ଙ୍କର ସମସ୍ଯା ଏହା ଥାଏ କି,

 

ଆମେ ମାନେ ଅଧିକ ରୁ ଅଧିକ ସମୟ ଧରି ପଢୁଛୁ, ହେଲେ ଆମେ ପଢୁଥିବା ପାଠ ଆମକୁ ମନେ ରହୁ ନାହିଁ । କିନ୍ତୁ ଏପରି ହେବାର କାରଣ ବା କଣ ହୋଇ ପାରେ ? ଏଥିରୁ ଗୋଟିଏ ଜିନିଷ ତ ସ୍ପଷ୍ଟ ଯେ, ପିଲା ମାନଙ୍କ ଠାରେ ପାଠ ପଢିବା ପାଇଁ ଇଚ୍ଛା ଶକ୍ତି ଅଛି । କିନ୍ତୁ ସେମାନଙ୍କର ପାଠ ମାନେ ରହୁ ନାହିଁ । ଏହାର ଏକ କାରଣ ହେଉଛି ପଢିବା ଶୈଳୀ ।

ଏକ ଶୈଳୀ ଥାଏ । ସେହି ପରି ପାଠ ପଢିବାର ମଧ୍ୟ ଏକ ଶୈଳୀ ଅଛି । କୌଣସି କାମ କୁ କରିଇବା ସମୟ ରେ ଯଦି ଆପଣ କିଛି ମାନସିକ ଚାପ ର ସହ ସେ କାମ କରୁଥାନ୍ତି, ତେବେ ସେହି କାମ ଟି ସେତେ ମାତ୍ର ରେ ଫଳ ଦେବ ନାହିଁ ଯେତେ ମାତ୍ର ରେ କି ସଂପୂର୍ଣ୍ଣ ଏକାଗ୍ରତା ର ସହ ଆପଣ ଶାନ୍ତି ର ସହକାରେ ସେହି କମ କୁ କରନ୍ତି ତେବେ ଆପଣ ସେହି କାମ କୁ କରି ଅଧିକ ରୁ ଅଧିକ ସୁଫଳ ପ୍ରାପ୍ତ କରିବେ । ସେଥିପାଇଁ କୁହାଯାଏ, “ଶ୍ରଦ୍ଧା ବାନ ଲଭତେ ଜ୍ଞାନ॰” ।

 

ଅର୍ଥାତ ଯାହା ପାଖରେ ଶ୍ରଦ୍ଧା ଅଛି, ସେ ତାର ଜୀବନରେ ଦିନେ ନା ଦିନେ ସଫଳତା କୁ ନିଶ୍ଚୟ ପ୍ରାପ୍ତ କରି ପାରିବ । ଏକାଗ୍ରତା ର ସହ କରାଯାଇଥିବା କୌଣସି କାମ ବ୍ୟର୍ଥ ହୋଇ ନଥାଏ । ସାଧାରଣତଃ ପିଲା ମାନେ ପରୀକ୍ଷା ର ନାମ ଶୁଣିଲା ମାତ୍ରେ ଭୟଭୀତ ହୋଇ ଯାଇଥାନ୍ତି । କାରଣ ପରୀକ୍ଷା ସମୟ ରେ ସେମାନଙ୍କର କିଛି ମନେ ପଡି ନଥାଏ ।

ଏପରି ହୋଇ ଠଈ କି ସେମାନେ ଆରମ୍ଭ ଦିନରୁ ହିଁ ପାଠ ପଢିବା ସମୟ ରେ କେବଳ ପଢିବା ଘୋଷିବା ଲେଖିବା କୁ ହିଁ ବୁଝିଥାନ୍ତି । କିନ୍ତୁ ଯଦି ଏସବୁ କରିବା ପରିବର୍ତ୍ତେ ସେ ସ୍କୁଲରେ କଣ ପଢିଲେ, ଟ୍ୟୁସନ ରେ କଣ ପଢିଲେ ସେଗୁଡିକୁ ପ୍ରତ୍ଯେକ ଦିନ ମନେ ପକାଇବାକୁ ଚେଷ୍ଟା କରନ୍ତେ, ତେବେ ପରୀକ୍ଷା ସମୟ ରେ ଆଉ କୌଣସି କିଛି ଅସୁବିଧା ରହି ନଥାନ୍ତା ।

 

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ପିଲା ମାନଙ୍କୁ ଆପଣ ଯଦି ପଚାରିବେ କି ୩ଦିନ ତଳେ ତମେ କଣ ଖାଇଥିଲ ସେ କହି ନ ପାରନ୍ତି ବା ତିନି ଦିନ ତଳେ ସ୍କୁଲ ରେ କଣ ପାଠ ପଢା ହୋଇଥିଲା ସେ ବୋଧ ହୁଏ ତାହା ମଧ୍ୟ କହି ନ ପାରନ୍ତି, କିନ୍ତୁ ଗତ 3 ବର୍ଷ ତଳେ ଦେଖିଥିବା ବାହୁବଲି ଫିଲ୍ମ ର ବିଷୟ ବସ୍ତୁ ଟି କଣ ଥିଲା ?

ଏପରି କିଛି ପ୍ରଶ୍ନ ର ଉତ୍ତର ସେମାନେ ଏତେ ସୁନ୍ଦର ଭାବରେ ଦେଇଥାନ୍ତି କି ତାହା କୁ ବର୍ଣ୍ଣନା କରିବା ମଧ୍ୟ ହୁଏତ ଅସାଧ୍ୟ ହୋଇଯାଏ । ବନ୍ଧୁଗଣ ଏହାର ଅର୍ଥ କି ପିଲା ଟିର ମନେ ରଖିବାର ଶକ୍ତି ଅଛି ମାତ୍ର ପାଠ ମନେ ରହୁନାହିଁ, ତେବେ ଏହାର କାରଣ କଣ? । ପାଠ କୁ ପଢିବା ସମୟ ରେ କେବେ ମଧ୍ଯ କୌଣସି ପ୍ରେସର ନେଇ ପଢିବା ଉଚିତ ହୋଇ ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button