ଓଡିଶା
ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ମୃତ

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ। ପୁରୀ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଇବା ବେଳେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଡି ଯାଇଛନ୍ତି । ତେବେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗ ବାଙ୍କୁଡ଼ା ନିତ୍ୟାନନ୍ଦପୁରର ସୁଶାନ୍ତ ଅଧିକାରୀ ବୋଲି ଜଣାପଡ଼ିଛି।