ଓଡିଶା
ଘର ଭିତରୁ ବିଷଧର ସାପ ଉଦ୍ଧାର

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କନ୍ଧପାଲି ପଡ଼ାରୁ ଏକ ଜୀବନ୍ତ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି।କଛାର ପାଲି କନ୍ଧ ପାଲି ପଡାର ଲଳିତ କୁଆରଙ୍କ ଘରେ ଏକ ନାଗ ସାପ ପଶିଆସିବାରୁ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ଏନେଇ ଖବର ପ୍ରଚାରିତ ହେବା ପରେ କଛାର ପାଲି ସାହୁ ପଡ଼ାର ନାଗ ବାଚା ଗୁରୁ ଭାବରେ ପରିଚିତ ଥିବା ରାମ ଚନ୍ଦ୍ର ମିଶ୍ର ଘଟଣା ସ୍ଥଳକୁ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।ରାମ ଚନ୍ଦ୍ର ଚଳିତ ବର୍ଷ ୩୮ଟି ସାପକୁ ଏମିତି ଉଦ୍ଧାର କରି ଜଙ୍ଗଲରେ ଛାଡୁଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।