ଓଡିଶା

ବିନା ପରିଚୟ ପତ୍ରରେ ରେଭେନ୍ସା ମନା

 ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ଵବିଦ୍ୟାଳୟ ପରିସରର ସୁରକ୍ଷାକୁ କଡାକଡି କରିଛନ୍ତି। ରେଭେନ୍ସା ପରିସରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବା ସହ ପରିସରକୁ ଆସୁଥିବା ବ୍ୟକ୍ତିଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚରାଯାଉଛି।

ଯେଉଁମାନଙ୍କ ନିକଟରେ ପରିଚୟ ପତ୍ର କିମ୍ବା ଆସିବାର ଯୁକ୍ତିଯୁକ୍ତ କାରଣ ନାହିଁ, ସେମାନଙ୍କୁ ପରି ସର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଆଜିଠାରୁ ୩ ଦିନ ଛୁଟି ପାଇଁ ଅବଶ୍ୟ ହଷ୍ଟେଲ ଛାତ୍ରଛାତ୍ରୀ ଘରକୁ ପଳାଉଥିବାରୁ ବିଶ୍ଵ ବିଦ୍ୟାଳୟ ପରିଚୟ ଏକ ପ୍ରକାର ଶୂନଶାନ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ୍ ମୁତୟନ କରିବାକୁ ଡିସିପିଙ୍କୁ ଚିଠି ଲେଖିବା ପରେ ଶୁକ୍ରବାର ସନ୍ଧ୍ୟାରୁ ମୁଖ୍ୟ ଫାଟକରେ ପୁଲିସ୍ ମୁତୟନ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button