ଜୀବନଶୈଳୀ

ଅଧକପାଳୀ (Migraine) କେମିତି ଦୂର ହେବ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା

ସୂଚନା ଅନୁସାରେ ପ୍ରାୟତଃ ସବୁ ଲୋକଙ୍କର କୌଣସି କାରଣ ବଶତଃ ମୁଣ୍ଡ ବ୍ୟଥା ହୋଇଥାଏ । ଅର୍ଦ୍ଧ କପାଳୀ ବା ମାଇଗ୍ରେନ ରୋଗ ପୃଥିବୀର ପ୍ରାୟ ୧୫ ପ୍ରତିଶତ ଲୋକଙ୍କ ପାଖରେ ରହିଥାଏ । ଏହା ମୁଖ୍ଯତଃ ମହିଳା ମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ । ଶରୀରରେ ହରମୋନ ପ୍ରଭାବ କାରଣରୁ ମଧ୍ୟ ମୁଣ୍ଡ ବ୍ୟଥା ଭଳି ସମସ୍ଯା ଉପୁଜି ଥାଏ । ମୁଣ୍ଡ ବ୍ୟଥା ୨ ପ୍ରକାରର ହୋଇଥାଏ ।

 

ସେଗୁଡିକ ହେଉଛି ପ୍ରଥମେ ପ୍ରାଇମେରୀ ଓ ଅନ୍ୟଟି ସେକେଣ୍ଡାରୀ । ଅର୍ଦ୍ଧ କପାଳୀ ପ୍ରାଇମେରୀ କଣ୍ଡିସନରେ ଯାଇଥାଏ । ସେକେଣ୍ଡାରୀ ମୁଣ୍ଡ ବ୍ୟଥା ଅନେକ ଜଟିଳ କାରଣ ଯୋଗୁ ହୋଇଥାଏ । ଯେପରି ବ୍ରେନରେ ସଂକ୍ରମଣ ହେବା, ବ୍ଲିଡିଙ୍ଗ, ବ୍ରେନ ଷ୍ଟ୍ରୋକ ଇତ୍ୟାଦି କାରଣ ପାଇଁ ଏହା ହୋଇଥାଏ । ମାଇଗ୍ରେନର ଲକ୍ଷଣ ହେଉଛି ମୁଣ୍ଡର ଏକ ଫାଳ, ସଂପୂର୍ଣ୍ଣ ମୁଣ୍ଡ କିମ୍ବା ମୁଣ୍ଡର ପଛ ଭାଗ ଅସହ୍ୟ ଭାବେ ଯନ୍ତ୍ରଣା ହେବା । ସାଉଣ୍ଡ କିମ୍ବା ଆଲୋକ ଦେଖିଲେ ଯନ୍ତ୍ରଣା ଅଧିକ ବଢିଯାଇଥାଏ ।

୩ ଦିନରୁ ଆରମ୍ଭରୁ କରି ୩ ମାସ ପର୍ଯ୍ୟନ୍ତ ଏହି ମୁଣ୍ଡ ବ୍ୟଥା ରହିପାରେ । ଯଦି ଏହି ମାଇଗ୍ରେନ ଅଧିକ ସମୟ ପର୍ଯ୍ୟନ୍ତ ରହିଲା । ତେବେ ରୋଗୀ ମାନସିକ ଭାବେ ଡିପ୍ରେସନକୁ ଚାଲିଯାଇଥାଏ । ମାଇଗ୍ରେନ ହେବାର ଅନେକ କାରଣ ମଧ୍ୟ ରହିଥାଏ । ଯେମିତି ପାଣିପାଗର ପରିବର୍ତ୍ତନ, ପ୍ରଦୂଷଣ, ସୂର୍ଯ୍ୟକିରଣ, ଅଧିକ ମୁଣ୍ଡ ଧୋଇ ଗାଧୋଇବା ଓ  ସାଉଣ୍ଡ ଇତ୍ୟାଦି କାରଣକୁ ନେଇ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଥାଏ ।

 

ବ୍ଲ୍ଯାକ ଚକଲେଟ, କଫି ଓ ଛେନା, ଲୁଣ, ତେଲ ମସଲାଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ଵାରା ମଧ୍ୟ ମାଇଗ୍ରେନ ହୋଇଥାଏ । ସ୍ମୋକିଂ ଓ ଡ୍ରିଙ୍କିଙ୍ଗ କରିବା ଦ୍ଵାରା ମଧ୍ୟ ମୁଣ୍ଡ ବିନ୍ଧିଥାଏ ।  କୌଣସି ପ୍ରକାର ସ୍ଟ୍ରେସରେ ରହୁଛନ୍ତି ଓ ଠିକ ଭାବରେ ରାତିରେ ଶୋଉନାହାନ୍ତି । ଏହି ସବୁ କାରଣ ଯୋଗୁ ମୁଣ୍ଡ ବ୍ୟଥା ହୋଇଥାଏ । ଅଧିକ ସମୟ ଟିଭି, ଫୋନ, ଲାପଟପ ଆଦି ଦେଖିବା ଉଚିତ ନୁହେଁ ।

ଯେଉଁ ମାନେ ମାଇଗ୍ରେନ ଭଳି ମୁଣ୍ଡ ବ୍ୟଥାର ଶିକାର ହୋଇଥାନ୍ତି । ସେମାନେ ସଠିକ ଭାବେ ଡାଇଗ୍ନୋସିସ କରି ଯଦି ଏହାର ଚିକିତ୍ସା ନକରନ୍ତି । ତେବେ ଏହା ଆଗକୁ ଯାଇ ଜଟିଳ ସମସ୍ୟାରେ ପରିଣତ ହୋଇପାରେ । ମାଇଗ୍ରେନ ଅଧିକ ଦିନ ରହିବା କାରଣରୁ ବ୍ରେନକୁ ଠିକ ଭାବେ ରକ୍ତ ସଂଚାଳନ ହେବାରେ ମଧ୍ୟ ଅସୁବିଧା ଆସିଥାଏ । ଯାହା କାରଣରୁ ବ୍ରେନଷ୍ଟ୍ରୋକ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

 

ମାଇଗ୍ରେନକୁ ସାଧାରଣ ମୁଣ୍ଡ ବ୍ୟଥା କହି ତାକୁ ଅବହେଳା କରିବା ଉଚିତ ନୁହେଁ । ଯେତେ ଶୀଘ୍ର ସମ୍ଭବ ନୁରୋଲୋଜୀ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଜ ମୁଣ୍ଡ ବ୍ୟଥାର ଉପଯୁକ୍ତ ଚିକିତ୍ସା କରିବା ଅବଶ୍ୟକ । ମୁଣ୍ଡ ବ୍ୟଥା ସହ ବାନ୍ତି ହେବା, ମୁଣ୍ଡ ବୁଲାଇବା, ଆଖିକୁ ଠିକ ଭାବରେ ଦେଖାନଯିବା, ବାତ ମାରିବା, ଦେହ ଦୁର୍ବଳ ଲାଗିବା ଏପରି ଲକ୍ଷଣ ଦେଖାଗଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button