ସ୍ୱାସ୍ଥ୍ୟ

କୋଲ ଡ୍ରିଙ୍କସ୍ ପିଉଥିଲେ ସାବଧାନ! ଏହା ହୋଇପାରେ ଆପଣଙ୍କ ମୃତ୍ୟୁର କାରଣ, ରିସଚ୍ଚର୍ସରୁ ହେଲା ସ୍ପଷ୍ଟ, ଜାଣନ୍ତୁ ପୂରା ଖବର

ତାପମାତ୍ରା ବଢ଼ିବା ସହିତ ବଜାରରେ ମୃଦୁ ପାନୀୟର ଚାହିଦା ମଧ୍ୟ ବଢିବାକୁ ଲାଗିବ। ଯଦି ଆପଣ ମଧ୍ୟ କୋଲ୍ଡ ଡ୍ରିଂକ୍ସ ପିଇବାକୁ ପସନ୍ଦ କରନ୍ତି ତେବେ ରୁହନ୍ତୁ ସାବଧାନ। କାରଣ ଅତ୍ୟଧିକ ମାତ୍ରାରେ ଏବଂ ନିୟମିତ ଭାବରେ ଏହାକୁ ପିଇଲେ ହୃଦଘାତ ଏବଂ ହୃଦୟ ଜନିତ ସମସ୍ୟା ଗୁଡିକ ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ଏହା କୌଣସି ଆକଳନ ନୁହେଁ ବରଂ ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍‌ ମେଡିସିନ ସେଣ୍ଟରରେ ୧୨ ବର୍ଷ ଧରି ହୃଦଘାତକୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ଏହି କଥାକୁ ସ୍ପଷ୍ଟ କରିଛି। ଏହି ସର୍ଭେରେ ୫୦ ରୁ ୫୯ ବର୍ଷର ୮୦ ହଜାର ମହିଳା ସାମିଲ ହୋଇଥିଲେ।

ବିଶେଷଜ୍ଞଙ୍କ କହିବା ଅନୁଯାଇ ଦିନକୁ ଦୁଇ ଥର କୋଲ୍ଡ ଡ୍ରିଙ୍କ ପିଉଥିବ ମହିଳାମାନଙ୍କ ଠାରେ ଇସ୍କୋମିକ ଷ୍ଟ୍ରୋକର ବିପଦ ବଢ଼ି ଯାଇଥାଏ। ଏମାନଙ୍କ ଠାରେ ହୃଦଘାତର ସମସ୍ୟା ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button