କ୍ରାଇମ

ହସ୍ପିଟାଲରୁ ଘରକୁ ଫେରୁଥିବାବେଳେ ମୋ ବସ ଯାତ୍ରୀଙ୍କଠାରୁ ଲୁଟ – Utkal Mail


ଭୁବନେଶ୍ୱର: ପୁଣି ମୋ ବସରୁ ମହିଳାଙ୍କ ଠାରୁ ଲୁଟ୍। ହସ୍ପିଟାଲ ଆସିଥିଲେ ଚିକିତ୍ସା ପାଇଁ ଆଉ ଚିକିତ୍ସା ପରେ ମୋ ବସ ରେ ଘରକୁ ଫେରୁଥିବା ବେଳେ ହୋଇଛନ୍ତି ଲୁଟର ଶିକାର। ମହିଳା ଜଣକ ହେଲେ କଟକ ୪୨ମୌଜାର ଅହଲ୍ୟା ଦାସ । ଆଜି ଦିନ ୨ଟା ସମୟରେ ସମ୍ ହସ୍ପିଟାଲରୁ ମାଷ୍ଟରକ୍ୟାଣ୍ଟିନ ୨୩ ନମ୍ବର ବସରେ ଫେରୁଥିଲେ। ସମ ହସ୍ପିଟାଲରୁ କଳିଙ୍ଗ ଷ୍ଟୁଡିଓ ଛକ ବସ ପହଞ୍ଚିବା ପରେ ଦେଖିଥିଲେ ଭ୍ୟାନିଟି ବ୍ୟାଗ୍ ଚେନ ଖୋଲା ହୋଇଛି ଓ ଜାଣିବା ପାଇଁ ପାଇଲେ ବ୍ୟାଗରୁ ଚୋରି ହୋଇଛି ।

ସଙ୍ଗେ ସଙ୍ଗେ ଭରତପୁର ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଥାନାକୁ ନେଇ ଚେକ୍ କରିଥିଲେ । ଅହଲ୍ୟାଙ୍କ ଅଭିଯୋଗ ମୁତାବକ ୩ଟି କାନ ଫୁଲ, ଗୋଟେ ସୁନା ଚେନ ଓ ୬,୪୦୦ ଶହ ଟଙ୍କା ବ୍ୟାଗ୍ ଭିତରେ ଥିଲା । ବସ ଭିଡ଼ ଥିବାରୁ କେତେବେଳେ କିଏ ଚୋରି କରିଛି ସେ ଜାଣି ନାହାନ୍ତି।

ଅଭିଯୋଗ ପରେ ମୋ ବସର ସିସିଟିଭି ଯାଞ୍ଚ ପାଇଁ ଭରତପୁର ପୁଲିସ କ୍ରୁଟ ସହ ଯୋଗାଯୋଗ କରିଥିବାବେଳେ ସମ୍ ହସ୍ପିଟାଲ ରୁ ଷ୍ଟୁଡିଓ ଛକ ଭିତରେ ଥିଲା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button