କରୋନା

ପୁଣି ଲମ୍ବା ଡିଆଁ ମାରୁଛି କରୋନା, ଗତ ୨୪ ଘଣ୍ଟାରେ ଆସିଲା ୧୩୦୦ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ପୁଣି ଲମ୍ବାଡିଆଁ ମାରିବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ପ୍ରତିଦିନ ହାରାହାରି ୮୮୮ ନୂଆ ମାମଲା ରିପୋର୍ଟ କରାଯାଉଛି। ଗତ ୨୪ ଘଣ୍ଟାରେ ଆଉ ୧୩୦୦ ନୂଆ କୋଭିଡ୍ ମାମଲା ଆସିଛି, ଯାହାକି ୧୪୦ ଦିନ ପରେ ସର୍ବାଧିକ । ଗତକାଲି ଏହି ସଂଖ୍ୟା ୧୧୩୪ ଥିଲା । ଦେଶରେ ଏବେ ମୋଟ କୋଭିଡ୍ ମାମଲା ୪,୪୬,୯୯,୪୧୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭,୬୦୫ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗୁରୁବାର ଜାରି ତଥ୍ୟ ଅନୁଯାୟୀ କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୩୦,୮୧୬କୁ ବୃଦ୍ଧି ପାଇଛି। ଭାରତରେ ଦୈନିକ ସଂକ୍ରମଣ ହାର ୧.୪୬ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ହାର ହେଉଛି ୧.୦୮ ପ୍ରତିଶତ।

ଦେଶରେ ବର୍ତ୍ତମାନ ୭,୬୦୫ ଜଣ ସକ୍ରିୟ ବା ଚିକିତ୍ସାଧୀନ ରୋଗୀ ଅଛନ୍ତି, ଯାହା ମୋଟ ମାମଲାର ୦.୦୨ ପ୍ରତିଶତ।

ଦେଶରେ କୋଭିଡ୍-୧୯ରୁ ଜାତୀୟ ଆରୋଗ୍ୟ ହାର ୯୮.୭୯ ପ୍ରତିଶତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪,୪୧,୬୦,୯୯୭ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଭାରତରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୫ କୋଟି ଟିକା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button