ଓଡିଶା

ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ, ଥାନାରେ ଆତ୍ମସମର୍ପଣ କଲା ଡ୍ରାଇଭର୍

ଭାପୁର, ୧୬।୯ : ଭୁବନେଶ୍ଵର ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ ମହିଳା। ବସ୍ ଧକ୍କାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅର୍ନ୍ତଗତ ଭାପୁର କଳାପଥର ବାଇପାସ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧଳାପଥର ଫାଣ୍ଡିରେ ଡ୍ରାଇଭର ଆତ୍ମସମର୍ପଣ କରିଛନ୍ତି।

ସୂଚନାନୁଯାୟୀ, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ କରଡାପଲ୍ଲୀ ଗ୍ରାମର ହୁଲ୍ଲାସ ବେହେରା (୬୪ ବର୍ଷ) କଳାପଥର ବାଇପାସ୍ ରାସ୍ତାରେ ଭୁବନେଶ୍ୱର ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ।

ଏହି ସମୟରେ ତାଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହୁଲ୍ଲାସଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭାପୁର ବିଟ୍ ହାଉସ ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଓ ପୋଲିସ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା।ସେପଟେ ବସ୍ ଧକ୍କା କରି ଧଳାପଥର ଫାଣ୍ଡିରେ ଡ୍ରାଇଭର ଆତ୍ମସମର୍ପଣ କରିଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୃତଦେହ ପଠାଇଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button