ସାହାଯ୍ୟ ଆଶାୟୀ ସ୍ବାଗତିକା

ତିହିଡି, ଉତ୍କଳ ମେଲ,୧୬/୦୯/୨୪ (ଅମୂଲ୍ୟ କୁମାର ମାଝୀ) : ଜୀବନରେ ଯେତେବେଳେ ଦୁଃଖ ଆସିଥାଏ ନା, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ନେଇ ଆସିଥାଏ । ସେହି ସମୟରେ ଏମିତି ଲାଗିଥାଏ, ଆମ ଜୀନବନରୁ କଷ୍ଟ ଯେମିତି କେବେ ସରିବ ନାହିଁ ! ସେହି ସମୟରେ ଯଦି ଆମେ ଭାଙ୍ଗି ନପଡି କଷ୍ଟର ସମ୍ମୁଖିନ କରିବା ନା, କଷ୍ଟ ଆମ ଜୀବନରୁ ଆପେ ଆପେ ଚାଲିଯିବ । ଏହିପରି ଦୁ୍ଃଖଦ ଘଥଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଂଚାୟତ ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମର ସନ୍ତୋଷ କୁମାର ଯେନାଙ୍କ ପରିବାରରେ ।ଭଦ୍ରକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସୁଦର୍ଶନ ଯେନାଙ୍କ ପୁଅ ସନ୍ତୋଷ ଯେନା, ବୟସ ୩୮ । ସବୁ କାମରେ ଧୁରନ୍ଦର । ରୋଜଗାର ଯେମିତି ଖର୍ଚ୍ଚ ସେମିତି । ପରିବାର କହିଲେ ବାପା, ମାଆ, ସ୍ତ୍ରୀ, ଗୋଟେ ପୁଅ ଗୋଟେ ଝିଅ । ୬ ପ୍ରାଣୀ କୁଟୁମ୍ବ । ମଦ୍ୟ ପାନ ଅଭ୍ୟାସ ଅଛି । କିଛି ଦିନ ପୂର୍ବରୁ ଛାତି ଯନ୍ତ୍ରଣା ଅନୁଭବ ଯୋଗୁଁ ଚିକିତ୍ସିତ ହେଉଥିଲେ । ଗତ ସେପ୍ଟେମ୍ବର ୧୧ ତାରିଖ ବୁଧବାର ରାତିରେ ମାଂସ ଖାଇସାରି ମଦ ପିଇ ଶୋଇଥିଲେ ।ଭୋରୁ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ଯୋଗୁଁ ନିଜେ ଆମ୍ବୁଲାନ୍ସ ଡକାଇ ସସ୍ତ୍ରୀକ ଭଦ୍ରକ ମେଡିକାଲ ଯାଇଥିଲେ । ଚିକିତ୍ସିତ ଅବସ୍ଥାରେ ପ୍ରାୟ ୮ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତା ସୁଦର୍ଶନ ଯେନା,ବୟସ ୭୫ । ଜଣେ ମାନସିକ ରୋଗୀ । ପରିବାର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ସ୍ତ୍ରୀ ସ୍ବାଗତିକା ଯେନା , ବୟସ ୩୩ । ଦୀର୍ଘ ବର୍ଷ ହେଲା ପାକସ୍ଥଳୀ ଏବଂ ଖାଦ୍ୟ ନଳୀରେ ଘାଆ ଜନିତ ରୋଗରେ ଚିକିତ୍ସିତ ହେଉଛନ୍ତି । ପୁଅ ଅନିଲ , ବୟସ ୧୩ । ଅଷ୍ଟମ ଶ୍ରେଣୀରେ ପଢୁଛି । ପରିଶ୍ରା ଦ୍ବାରରେ ମାଂସ ବଢିଥିବାରୁ ଅପରେସନ ଆବଶ୍ୟକ । ଝିଅ ସୋନାଲି ପ୍ଲସ ଟୁରେ ପଢୁଛି । ସ୍ତ୍ରୀ,ବାପା ଓ ପୁଅର ଚିକୁତ୍ସା ପାଇଁ ଜଳ ଜମି ସବୁ ବିକ୍ରି ହୋଇଯାଇଛି । ପ୍ରାଇଭେଟ ଫାଇନାନ୍ସ କମ୍ପାନୀରୁ କରିଥିବା ୫ଟି ଋଣର ମାସିକିଆ କିସ୍ତି ସୂରୁପ ପ୍ରାୟ ୧୩ ହଜାର ଟଙ୍କା ଭଳି ଦେବାକୁ ପଡୁଛି । ସ୍ତ୍ରୀ ,ପୁଅ ଓ ବାପାର ଔଷଧ ଖର୍ଚ୍ଚ ବାବଦରେ ମାସକୁ ପ୍ରାୟ ୮ହଜାର ଟଙ୍କା ଭଳି ଖର୍ଚ୍ଚ ହେଉଛି । ସ୍ବାମୀକୁ ହରାଇ ସ୍ତ୍ରୀ ସ୍ବାଗତୀକା କିଂକର୍ତ୍ତବ୍ୟ ବିମୂଢ ହୋଇପଡିଛି । *ଏହି ଦୁର୍ଦ୍ଦଶା ସମୟରେ ଯଦି ସ୍ବେଛାସେବୀ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟର ହାତ ବଢାନ୍ତି, ତାହାଲେ ଏଭଳି ଧର୍ମ ଅର୍ଜନ ଜୀବନରେ ଆଉ କିଛି ନାହିଁ* । ନିମ୍ନ ଲିଖିତ ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଅପରାହ୍ନ ୩ଟାରେ ଭଦ୍ରକ ମେଡିକାଲରୁ ତାଙ୍କ ମର ଶରୀର ଆସି ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ବହୁ ବ୍ୟକ୍ତି ତାଙ୍କ ଘରେ ରୁଣ୍ଡ ହୋଇଥିଲେ । ପରେ ପଡୋଶୀଙ୍କ ସଂପୂର୍ଣ୍ଣ ସହଯୋଗରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଅନିଲ କୁମାର ଯେନା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ବହୁ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ତିହିଡି ବିଡିଓ ଜ୍ୟୋତିର୍ମୟ କର ସ୍ବାଗତିକା ପାଇଁ ସରକାରୀ ସାହାଯ୍ୟ ଯାହା କିଛି ଅଛି ଭତ୍ତା, ପରିବାର ମଙ୍ଗଳ ଯୋଜନା,ମୂଖ୍ୟ ମନ୍ତ୍ରୀ ସହାୟତା ପ୍ରଦାନ କ୍ଷେତ୍ରରେ ସହଯୋଗ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
SWAGATIKA JENA, A/C NO-12200110065082,
IFSC -UCBA0001220,
UCO BANK,DOLASAHI
- MOB- 9556757521(self).