ଦେଶ ବିଦେଶ

ସିକ୍କିମ ନାଥୁଲାରେ ଭୟଙ୍କର ହିମସ୍ଖଳନ, ୬ ମୃତ

ଗ୍ୟାଙ୍ଗଟକ: ସିକ୍କିମ ନାଥୁଲା ସୀମାନ୍ତ ଅଞ୍ଚଳରେ ମଙ୍ଗଳବାର ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପ୍ରାୟ ୮୦ ପର୍ଯ୍ୟଟକ ବରଫ ତଳେ ଫସି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଯାବତ ଉଦ୍ଧାର ଶବ ମଧ୍ୟରେ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଏକ ଛୋଟ ପିଲା ଅଛନ୍ତି। ହିମସ୍ଖଳନ ପରେ ଗାଙ୍ଗଟୋକକୁ ନାଥୁ ଲା ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ବରଫରେ ଫସି ରହିଥିବା ୨୨ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା। ରାସ୍ତା ସଫା କରଯାଇ ୩୫୦ ପର୍ଯ୍ୟଟକ ଏବଂ ୮୦ ଟି ଗାଡ଼ି ଉଦ୍ଧାର କରାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହିମସ୍ଖଳନ ହୋଇଥିଲା।

ବର୍ତ୍ତମାନ ସିକ୍କିମ ପୋଲିସ, ସିକ୍କିମର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ, ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ଗାଡି ଡ୍ରାଇଭରଙ୍କ ଦ୍ୱାରା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button