ରାଜନୀତି

ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା, ତାଲିକାରୁ ବାଦ୍ ପଡ଼ିଲେ ଏନସିପି ଓ ଟିଏମସି

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ଦଳ ମାନ୍ୟତା ପାଇଛି। ତେବେ ଶରଦ ପାୱାର ଓ ମମତା ବାନାର୍ଜୀଙ୍କୁ ଝଟକା ଲାଗିଛି । ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ସହ ସିପିଆଇ ଜାତୀୟ ଦଳ ମାନ୍ୟତା ହରାଇଛନ୍ତି ।

ସୋମବାର ନିର୍ବାଚନ ଆୟୋଗ ଜାତୀୟ ଦଳର ଏକ ନୂଆ ତାଲିକା ପ୍ରକାଶ କରିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ ଚାରିଟି ରାଜ୍ୟ – ଦିଲ୍ଲୀ, ପଞ୍ଜାବ, ଗୁଜରାଟ ଓ ଗୋଆରେ ଦଳର‌ ନିର୍ବାଚନୀ ପ୍ରଦର୍ଶନ ଆଧାରରେ ଆପକୁ ଜାତୀୟ ଦଳ ମାନ୍ୟତା ପ୍ରଦାନ କରାଯାଇଛି ।

ନିୟମ ଅନୁଯାୟୀ ଗୋଟିଏ ଦଳ ଜାତୀୟ ମାନ୍ୟତା ପାଇବା ପାଇଁ ଚାରିରୁ ଊର୍ଦ୍ଧ୍ବ ରାଜ୍ୟରେ ‘ରାଜ୍ୟ ଦଳ’ ଭାବେ ମାନ୍ୟତା କିମ୍ବା ୨ ପ୍ରତିଶତରୁ ଅଧିକ ଲୋକସଭା ଆସନ ଜିତିବା ଆବଶ୍ୟକ ।

ଅନ୍ୟ ପାର୍ଟି ଗୁଡ଼ିକ ମଧ୍ୟରେ ଲୋକ ଜନତା ପାର୍ଟି (ରାମ ବିଳାସ) ନାଗାଲାଣ୍ଡର ରାଜ୍ୟ ଦଳ ଭାବେ ମାନ୍ୟତା ପାଇଛି। ନିକଟରେ ଗଠିତ ଟିପ୍ରା ମୋଥା ତ୍ରିପୁରାରେ ଏକ ରାଜ୍ୟ ଦଳ ଭାବେ ସ୍ଥାନ ପାଇଛନ୍ତି। ମେଘାଳୟର ଏକ ରାଜ୍ୟ ଦଳ ଭାବେ ଭଏସ୍ ଅଫ୍ ପିପୁଲ୍ସ ପାର୍ଟି ଛଡ଼ାଇ ନିଆଯାଇଛି।

ଆନ୍ଧ୍ର ପ୍ରଦେଶରେ ବିଆରଏସର ରାଜ୍ୟ ଦଳ ମାନ୍ୟତା ମଧ୍ୟ ରଦ୍ଦ କରାଯାଇଛି। ନିକଟରେ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ନାମ ପରିବର୍ତ୍ତନ କରାଯଇ ବିଆରଏସ୍ ରଖାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button