ଦେଶ ବିଦେଶ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଅଗଷ୍ଟ ମାସରୁ ମହିଳାଙ୍କ ପାଇଁ ମାଗଣା ବସ ସେବା ଲାଗୁ

ଦିଲ୍ଲୀ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପରେ ଏବେ ଆନ୍ଧ୍ରପ୍ରଦେଶରେ ମଧ୍ୟ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି।

ରାଜ୍ୟ ମଧ୍ୟରେ ସମସ୍ତ ଯାତ୍ରା ଲାଗି ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(ଏପିଏସ୍‌ଆର୍‌ଟିସି) ଦ୍ୱାରା ସଂଚାଳିତ ପଲ୍ଲେ ବେଲୁଗୁ ଏବଂ ଏକ୍ସପ୍ରେସ୍‌ ବସ୍‌ରେ ଲାଗୁ ହେବ। ରାଜ୍ୟ ସୀମା ମଧ୍ୟରେ ଏହି ବସ୍‌ ଯୋଗେ ମହିଳାମାନେ ଯାତ୍ରା କରିପାରିବେ |

ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଏପିଏସ୍‌ଆର୍‌ଟିସି ଅଧିକାରୀମାନେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାଠାରୁ ଏହି ଯୋଜନାର କାର୍ଯ୍ୟକାରିଣୀ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।

ସୂଚନା ଅନୁଯାୟୀ , ନାଇଡୁ ସରକାରଙ୍କ ‘ସୁପର୍‌ ସିକ୍ସ’ ଯୋଜନା ଅନୁଯାୟୀ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଗୋଟିଏ ଯୋଜନା |

Related Articles

Leave a Reply

Your email address will not be published. Required fields are marked *

Back to top button