ଦେଶ ବିଦେଶ

ମାଛ ତେଲ ଓ ଗାଈ ଚର୍ବିରେ ତିଆରି ହେଉଛି ତିରୁପତି ମନ୍ଦିରର ପ୍ରସାଦ‌ ଲଡୁ, କାହିଁକି ହେଉଛି ଏମିତି, ଜାଣନ୍ତୁ ପୁରା ଖବର

ତିରୁପତି ମନ୍ଦିରରେ ପ୍ରସାଦ ଭାବରେ ଦିଆଯାଉଥିବା ଲଡୁ ରେ ମିଶୁଛି ପଶୁର ଚର୍ବି। ଏଭଳି ଅଭିଯୋଗ ଲଗାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହି ମନ୍ତବ୍ୟ ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଦିନ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ ଲଗାଇଛନ୍ତି।

ଯାହାକି ତିରୁମାଲାର ତିରୁପତି ମନ୍ଦିରରେ ଲଡୁ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ପୂର୍ବତନ YSRCP ସରକାର ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିଥିଲେ। ଏହି ପ୍ରସାଦ ପ୍ରଭୁ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରକୁ ଆସୁଥିବା କୋଟି କୋଟି ଭକ୍ତଙ୍କୁ ମଧ୍ଯ ଦିଆଯାଇଛି। ଏପରିକି ଲଡୁରେ ଖରାପ ମାନର ଦ୍ରବ୍ଯ ବ୍ଯବହାର କରାଯାଇଥିଲା।

ଆନ୍ଧ୍ରପ୍ରଦେଶର ଆଇଟି ମନ୍ତ୍ରୀ ନାରା ଲୋକେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ କରିବା ସହ ଜଗନ୍ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ YSRCP ସରକାର ଭକ୍ତଙ୍କ ଧାର୍ମିକ ଭାବନାକୁ କେବେବି ସମ୍ମାନ ଦେଇ ପାରିବ ନାହିଁ।

ତିରୁପତିଙ୍କ ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିଥିଲା । ଜଗନ୍ ଏବଂ YSRCP ସରକାର ପାଇଁ ଲଜ୍ଜା ଲାଗୁଛି। ଅପରପକ୍ଷରେ YSRCP ରାଜ୍ୟସଭା ସାଂସଦ ୱାବି ସୁବା ରେଡ୍ଡୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ ରାଜନୈତିକ ଲାଭ ପାଇଁ ନାଇଡୁ ଯେକୌଣସି ସ୍ତରକୁ ଯାଇପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି କହି ଚନ୍ଦ୍ରବାବୁ ସାରା ବିଶ୍ୱରେ ତିରୁମାଲାର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ ଆଘାତ ପହଞ୍ଚାଇଛନ୍ତି। ତାଙ୍କ ଦ୍ବାରା କରାଯାଇଥିବା ଟିପ୍ପଣୀ ଏକଦମ୍ ବେକାର। ସେହିପରି ଜଗନ ମୋହନ କହିଛନ୍ତି ଯେ, ମୁଁ ଓ ମୋ ପରିବାର ତିରୁପତିଙ୍କ ପ୍ରସାଦ ମାମଲାରେ ଶପଥ ନେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ କଣ ଚନ୍ଦ୍ରବାବୁ ନାଇଡୁ ନିଜ ପରିବାର ସହ ଶପଥ ନେବାକୁ ପ୍ରସ୍ତୁତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button