ଦେଶ ବିଦେଶ

ମର୍ମନ୍ତୁଦ ଦୁର୍ଘଟଣା : ୬ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୨୫ କିଲୋମିଟର ଦୂର ନାଦନ ଦେହାଟ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ଶନିବାର ବିଳମ୍ୱିତ ରାତିରେ  ପ୍ରୟାଗରାଜରୁ ନାଗପୁର ଅଭିମୁଖେ ଯାଉଥିବା ବସ୍‌ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ପଥର ବୋଝେଇ ଡମ୍ପର ଟ୍ରକ୍ ସହ ଧକ୍କା ହୋଇଥିଲା। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ସତନା ପଠାଯାଇଛି ବୋଲି ମୈହର ଆରକ୍ଷୀ ଅଧୀକ୍ଷକ ସୁଧୀର ଅଗ୍ରୱାଲ କହିଛନ୍ତି। ବାକି ଆହତମାନେ ମୈହର ଓ ଅମରପାଟଣାଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଖବର ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଅଗ୍ରୱାଲ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button