ଦେଶ ବିଦେଶ

ଏହି ଜିନିଷ କୁ ହୋଲି ଦିନ ଘରକୁ ଆଣନ୍ତୁ, ଦୂର ହେବ ଦାରିଦ୍ର୍ୟତା ଏବଂ ମିଳିବ ଖୁସି ଖବର

ଚଳିତ ବର୍ଷ ମାର୍ଚ୍ଚ ୨୬ ରେ ହୋଲି ପାଳନ କରାଯିବ । ଆଉ ଏଥରର ହୋଲି ଅତ୍ୟନ୍ତ ଖାସ ହେବାକୁ ଯାଉଛି । ଏହିଦିନ ଚନ୍ଦ୍ରଗ୍ରହଣ ଥିବାରୁ ହୋଲିର ପ୍ରଭାବ ମଧ୍ୟ ଅଧିକ ବଢ଼ିବାକୁ ଯାଉଛି । ଏହିଦିନ ଯଦି ଆପଣ କୌଣସି ତନ୍ତ୍ର ମନ୍ତ୍ର କିମ୍ବା କୌଣସି ବି ଉପାୟ କରନ୍ତି ତେବେ ତାହା ନିଶ୍ଚୟ ସିଦ୍ଧ ହୋଇଯିବ । ମାର୍ଚ୍ଚ ୨୪ ହୋଲିକା ଦହନର ଶୁଭ ମୁହୂର୍ତ୍ତ ବିଳମ୍ବିତ ରାତି ୧୧.୦୧ ରୁ ନେଇ ୧୨.୨୭ ପର୍ଯ୍ୟନ୍ତ ରହିବ । ଚଳିତ ବର୍ଷ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହାକି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅଟେ । ତେବେ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ସକାଳ ୧୦.୦୨ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୩.୨୭ ରେ ଶେଷ ହେବ । କିନ୍ତୁ ଯେହେତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଭାରତରେ ଏହାର ସୂତକ କାଳ ମାନ୍ୟ ହେବନାହିଁ ।

ତେଣୁ ଆପଣ ଧୂମଧାମରେ ହୋଲି ମନେଇ ପାରିବେ । ହୋଲିକା ଦହନ ରାତିକୁ ନକରାତ୍ମକ ଉପରେ ସକାରାତ୍ମକତାର ବିଜୟ ବୋଲି କୁହାଯାଏ ଏବଂ ଏହିଦିନ ହୋଲିକା ଦହନ ଅଗ୍ନିକୁ କିଛି ଜିନିଷ ଅର୍ପିତ କରିବା ଆଦୋୖ ଉଚିତ ନୁହେଁ । ଏହି ଦିନକୁ ଜୀବନର ସବୁ ସମସ୍ୟା ଦୂର କରିବାର ଭଲ ଦିନ ବୋଲି ମାନାଯାଏ । ଶାସ୍ତ୍ରରେ ହୋଲିକା ଦହନର ରାତିକୁ ସିଦ୍ଧିର ରାତି କୁହାଯାଏ । ତେଣୁ ଏହିଦିନ ଅନେକ ଲୋକ ସିଦ୍ଧି ପ୍ରାପ୍ତ କରିବାରେ ଲାଗି ପଡ଼ନ୍ତି । ଆଜି ଆମେ ଆପଣଙ୍କୁ ଏହି ହୋଲିକା ଦହନ ଦିନ ନିଜ ଜୀବନରେ ଖୁସି ଆଣିବାକୁ କରାଯାଉଥିବା କିଛି ଖାସ ଉପାୟ ବିଷୟରେ କହିବୁ । କିନ୍ତୁ ହୋଲି ଦିନ କିଛି ଜିନିଷ ଅଛି ଯାହାକୁ ଚଢ଼ାଇବା ଉଚିତ ନୁହେଁ ।

ହୋଲିକା ଦହନ ଅଗ୍ନିରେ ଭଙ୍ଗା କିମ୍ବା ପତ୍ର ନଥିବା ଆଖୁ ଅର୍ପିତ କରନ୍ତୁ ନାହିଁ । ସର୍ବଦା ପତ୍ର ଥିବା ଏବଂ ଗୋଟା ଆଖୁ ଅର୍ପିତ କରନ୍ତୁ ନଚେତ ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । ଆଖୁ ସର୍ବଦା ଦୁଇ ପାଞ୍ଚ କିମ୍ବା ସାତ ଅର୍ଥାତ ବିଷମ ସଂଖ୍ୟାରେ ହେବା ଆବଶ୍ୟକ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ମଧ୍ୟ ଅର୍ପିତ କରନ୍ତୁ ନାହିଁ । ଶୁଖିଲା ନଡ଼ିଆକୁ ପରିବାରର ସବୁ ସଦସ୍ୟଙ୍କ ଦ୍ୱାରା ସ୍ପର୍ଶ କରାଇ ହୋଲିକା ଦହନ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ହୋଲିକା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ସବୁ ସମସ୍ୟା ଦୂରେଇ ଯିବ । ଯଦି ଆପଣ କୌଣସି କାରଣରୁ ମନରେ ଭୟଭୀତ ହେଉଛନ୍ତି ତେବେ ଶୁଖିଲା ନଡ଼ିଆ ସହିତ କଳା ରାଶି ଏବଂ ସୋରିଷ ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ

ହୋଲିକା ଦହନରେ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଅର୍ପିତ କରନ୍ତୁ । ଭୁଜିୟା ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ତାହା ତିନୋଟି ନହୁଏ । ସର୍ବଦା ଦୁଇ ପାଞ୍ଚ ଏବଂ ସାତ ହେଲେ ଭଲ । ଏହାବ୍ୟତୀତ ଗୋବର ଟେଳା ଅର୍ପିତ କରନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ହୋଲିକା ଦହନ ଅଗ୍ନି ନିକଟକୁ ଯିବା ଉଚିତ ନୁହେଁ । ସେମାନେ ଚାହିଁଲେ ଦୂରରୁ ଦେଖି ପାରିବେ ଏବଂ ଅନ୍ୟ କେହି ବ୍ୟକ୍ତି ଦ୍ୱାରା ପୂଜାପାଠ କରାଇ ପାରିବେ । ଏହାଦ୍ବାରା ମଧ୍ୟ ପୂଜାର ଫଳ ପ୍ରାପ୍ତ ହେବ । ହୋଲିକା ଦହନ ଅଗ୍ନିରେ କଞ୍ଚା ଚାଉଳ ସହିତ ଚାଉଳ ପାମ୍ପଡ଼ ମଧ୍ୟ ଅର୍ପିତ କରିବା ଉଚିତ ଏବଂ ସବୁଜ ଶସ୍ୟ କେରା ମଧ୍ୟ ଅର୍ପିତ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଭୋଜନକୁ ଆଗରୁ ଅଇଁଠା କରିବା ଉଚିତ ନୁହେଁ ।

ପୂଜା ପରେ ଘରର ସଦସ୍ୟ ତାହାକୁ ସେବନ କରି ପାରିବେ । କୌଣସି ନୂଆ ଶସ୍ୟ ହୋଲିକା ଦହନ ଅଗ୍ନିରେ ଅର୍ପିତ କଲେ ଜୀବନ ସାରା ଘରେ କେବେବି ଧନ ଏବଂ ଅନ୍ନରେ ଅଭାବ ହେବ ନାହିଁ । ଭୁଜିୟାକୁ ଭୋଗ ଲଗାଇବା ପୂର୍ବରୁ ସେବନ କରିବା ଉଚିତ ନୁହେଁ । ପୂଜା ପରେ ପରିବାର ସଦସ୍ୟ ତାହାକୁ ମିଶି ଖାଇ ପାରିବେ । ଏହାଦ୍ବାରା ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ସୁଦୃଢ଼ ହୋଇଥାଏ । ମାତାଙ୍କୁ ଭୁଜିୟା ଅର୍ପିତ କରିବା ପରେ କନ୍ୟାଙ୍କୁ ଭୁଜିୟା ଖାଇବାକୁ ଦେବା ସହିଟ ଦକ୍ଷିଣା ଦେବା ଉଚିତ । ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି । ଏହିଦିନ ଗୋମତାଙ୍କୁ ଭୁଜିୟା ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କୁ ଭୋଗ ଲାଗିଥାଏ । ହୋଲିକା ଦହନ ପରେ ସେହି ପାଉଁଶକୁ ଘରକୁ ଆଣି ଘରର ସଦସ୍ୟଙ୍କ ମସ୍ତକରେ ତିଳକ କରନ୍ତୁ । ଏହା ଛୋଟ ପିଲାଙ୍କୁ ନଜର ଦୋଷରୁ ରକ୍ଷା କରିଥାଏ । ତେଣୁ ଏହାକୁ ଆଣି ଘରର ସାଇତି ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button